ପିକଅପ୍‌ ଭ୍ୟାନକୁ ଧକ୍କା ଦେଲା କୋଇଲା ବୋଝେଇ ଗାଡି, ଜଣେ ମୃତ

Published By : Prameya-News7 Bureau | July 08, 2021 IST

ପାରାଦୀପ, ୦୮/୦୭: କଟକ-ପାରାଦୀପ ତାଳଦନ୍ଦା ଚୌଧୁରୀ ଗୋଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଏଥିରେ ଜଣେ ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ଭୋର ସମୟରେ ପାରାଦୀପରୁ କଟକ ଅଭିମୁଖେ ଗୋଟିଏ କୋଇଲା ବୋଝେଇ ପିକଅପ ଭ୍ୟାନ ଯାଉଥିଲା । ଏହି ସମୟରେ କଟକରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ବେକେରୀ ( ପାଉଁରୁଟି ) ବୋଝେଇ ପିକଅପ ଭ୍ୟାନକୁ କୋଇଲା ବୋଝେଇ ପିକଅପ୍ ଭ୍ୟାନଟି ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ପାଉଁରୁଟି ପିକଅପ୍ ଭ୍ୟାନର ଡ୍ରାଇଭରଙ୍କ ମୄତ୍ୟୁ ହୋଇଥିବା ବେଳେ କୋଇଲା ବୋଝେଇ ଭ୍ୟାନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ମୄତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସବୁଠାରୁ ବଡକଥା ହେଉଛି ବିଭିନ୍ନ ସମୟରେ ପାରାଦୀପରୁ ଚୋରା କୋଇଲା ଚାଲାଣ ହେଉଛି । ପୋଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଜରୁରୀ ହୋଇ ପଡିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.