ଟାଟା ମ୍ୟାଜିକ୍ ଉପରେ ଚଢିଗଲା ଟ୍ରକ୍, ୨ ମୃତ

Published By : Prameya-News7 Bureau | June 20, 2021 IST

ମୁନିଗୁଡା, ୨୦/୦୬ :   ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଞ୍ଚରାଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ହେଲା ଟ୍ରକ୍ ଓ ଟାଟା ମ୍ୟାଜିକ୍ । ଘଟଣାସ୍ଥଳରେ ୨ ଜଣ ପ୍ରାଣ ହରାଇଥିବା ଜଣା ପଡିଛି ।

ସୂଚନାନୁସାରେ, ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିବା ଏକ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟାଟା ମ୍ୟାଜିକ ଉପରେ ଟ୍ରକଟି ଚଢିଯାଇଥିଲା ।  ଟ୍ରକ୍ ଚାପାରେ ଭ୍ୟାନରେ ବସିଥିବା ୨ଜଣ ଚାପିହୋଇ ପ୍ରାଣ ହରାଇଛନ୍ତି ।  ଖବର ପାଇ ବିଷମକଟକ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.