ଖଣ୍ଡଗିରି ଓଭରବ୍ରିଜରେ ଦୁର୍ଘଟଣା, ବାଇକକୁ ଧକ୍କା ଦେଲା ଅଜଣା ଗାଡି

Published By : Prameya-News7 Bureau | July 09, 2021 IST

ଭୁବନେଶ୍ୱର, ୦୯/୦୭: ଖଣ୍ଡଗିରି ଓଭରବ୍ରିଜ ଉପରେ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଅଜଣା ଗାଡି । ଗୁରୁବାର ବିଳମ୍ବିତ ରାତ୍ରରେ ନୂଆ ତିଆରି ହୋଇଥିବା ଖଣ୍ଡଗିରି ଓଭରବ୍ରିଜରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାନୁସାରେ, ଗୁରୁବାର ରାତି ୧ଟା ବେଳେ ନୂଆ ଓଭରବ୍ରିଜ ଉପରେ ଏକ ବାଇକକୁ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା । ଏହାପରେ ଗାଡିଟି ଫେରାର ହୋଇଯାଇଥିଲା । ରାସ୍ତାରେ ଯାଉଥିବା ଲୋକେ  ଆମ୍ବୁଲାନ୍ସ ଡାକି ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ତେବେ ୨ ବାଇକ ଆରୋହୀଙ୍କ  ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.