Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଯୁବକଙ୍କ ଉପରେ ମାଡିଗଲା ୧୦ ଚକିଆ ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ

16/01/2021 at 9:05 AM

ଝାରସୁଗୁଡ଼ା,୧୬/୦୧: ଝାରସୁଗୁଡ଼ା ସହରର ପ୍ରସନ୍ନ ପଣ୍ଡା ଛକରେ  ଆଉ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହାରଇଛନ୍ତି । ଦୁର୍ଘଟଣା ପ୍ରବଣ ଏହି ଛକରେ ମୋପେଡ୍‌ ଆରୋହୀଙ୍କ ଉପରେ ଏକ ୧୦ ଚକିଆ ଟ୍ରକ୍‌ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ମୋପେଡ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି ।ମୃତକ ଜଣଙ୍କ ଭୁର୍କାମୁଣ୍ଡା ଗ୍ରାମର ବିକ୍ରମ ରୋହିଦାସ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଭୁର୍କାମୁଣ୍ଡା ଗ୍ରାମର ବିକ୍ରମ ମୋପେଡ୍‌ (ଓଡ଼ି୨୩କେ ୫୨୨୬) ଯୋଗେଟାଉନ୍‌ ଆଡକୁ ଯାଉଥିଲେ । ସମ୍ୱଲପୁର ଦିଗରୁ ଏକ ଦଶ ଚକିଆ ଟ୍ରକ୍‌ (ଓଆର୍‌ ୨୩ଏ୩୨୧୮) ପଛ ପଟୁ ବିକ୍ରମଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ହୋଇଥିଲା ।

ଏହା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ୪ ଜଣ ଟ୍ରାଫିକ୍‌ ପୋଲିସ୍ ‌ରହିଥିବା ବେଳେ କିପରି ଦୁର୍ଘଟଣା ଘଟିଲା,ଝାରସୁଗୁଡ଼ାରେ ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା ରୋକିବାକୁ ପୁଲିସ୍‌ ଅସମର୍ଥ କି ବୋଲି ସାଧାରଣ ଲୋକେ ପ୍ରଶ୍ନ କରିବା ସହ ରାସ୍ତା ଅବରୋଧ ମଧ୍ୟ କରିଥିଲେ। ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ସଦର ଥାନାଧିକାରୀ ସୁଚିସ୍ମିତା ମହାନ୍ତି, ଝାରସୁଗୁଡ଼ା ଥାନାଧିକାରୀ ସାବିତ୍ରୀ ବଳ, ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଥଣ୍ଡା ପଡିଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ୍‌ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

   Related Posts