ଶ୍ୱଶୂର ଘରୁ ଫେରୁଥିଲେ, ଧକ୍କା ଦେଲା ଟ୍ରକ୍ : ମାଆ ଓ ଝିଅ ମୃତ, ବାପା-ପୁଅ ଗୁରୁତର

Published By : Prameya-News7 Bureau | June 29, 2021 IST

ଜଳେଶ୍ଵର, ୨୯/୦୬ :  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ମାଆ ଓ ଝିଅ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ନିଧିପଣ୍ଡା ଓଭରବ୍ରିଜ ନିକଟରେ ।

ବାଇକରେ ଯାଉଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ମା, ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ପୁଅ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବାଲେଶ୍ଵର ଟୁଲଙ୍ଗ ସାହିର ରେଣୁକା ମହାପାତ୍ର (୩୩) ତାଙ୍କ ସ୍ୱାମୀ ମଣ୍ଟୁ ମହାପାତ୍ର ଏବଂ ପୁଅ ସୈାରଭ ମହାପାତ୍ର ଓ ଝିଅ ରୂପାଲି ମହାପାତ୍ର (୧୩) ସୋମବାର ରୂପସା ଥାନା ଅନ୍ତର୍ଗତ ଜମୁନିଆ ଶ୍ଵଶୁର ଘରକୁ ବୁଲିବା ପାଇଁ ଯାଇଥିଲେ ।  ସକାଳ ସମୟରେ ସେମାନେ ଶ୍ୱଶୂର ଘରେ ପହଁଚିଥିଲେ । ଦ୍ଵିପ୍ରହରରେ ଖାଇସାରି ସନ୍ଧ୍ୟା ୬ଟା ସମୟରେ ଘରକୁ ଫେରିଲା ବେଳେ ରାଜପଥର ନିଧିପଣ୍ଡା ବ୍ରିଜ ନିକଟରେ ଏକ ଟ୍ରକ ତାଙ୍କ ଉପରକୁ ମାଡିଯାଇଥିଲା।

ଘଟଣାସ୍ଥଳରେ ମାଆ ଏବଂ ଝିଅ ପ୍ରାଣ ହରାଇ ଥିବା ବେଳେ ବାପ-ପୁଅ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.