ଫିଲ୍ମ ଷ୍ଟାଇଲ୍‌ରେ ରାସ୍ତାର ଏପଟରୁ ସେପଟକୁ ଡେଇଁଗଲା କାର୍, ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଗଲେ ୨ ଯାତ୍ରୀ

Published By : Prameya-News7 Bureau | March 06, 2021 IST

ଜଳେଶ୍ବର ୬।୩: ରାସ୍ତାରେ ଫାଟିଗଲା କାର୍ ଚକା । ଫିଲ୍ମ ଷ୍ଟାଇଲରେ ଉଡିଯାଇ ରାସ୍ତାର ଅପରପାର୍ଶ୍ବରେ ପଡିଲା କାର୍ । ଅଳ୍ପକେ ରକ୍ଷା ପାଇଗଲେ କାରରେ ଥିବା ୨ ଯାତ୍ରୀ । ଜଳେଶ୍ବର ୬୦ନଂ ଜାତୀୟ ରାଜପଥ ଅମ୍ବାଳିଅଠା ବାଇପାସ୍ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ୬୦ନଂ ଜାତୀୟ ରାଜପଥ ଅମ୍ବାଳିଅଠା ବାଇପାସ୍ ନିକଟରେ ଘଟିଛି ଦୁର୍ଘଟଣା । ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଆସୁଥିବା ଡବ୍ଲୁବି ୦୨ଏଏଲ୬୬୦୦ ନମ୍ବର ବିଶିଷ୍ଟ କାରଟି ଦ୍ରୁତ ଗତିରେ  ଆସୁଥିବା ବେଳେ ହଠାତ୍ ଆଗ ଚକ ଫାଟି ଯାଇଥିଲା । ତେବେ କାରଟିର ଦ୍ରୁତ ଗତିରେ ଥିବାରୁ ଏହା ଉଡିଯାଇ ରାସ୍ତାର ଅପର ପାର୍ଶ୍ବରେ ପଡିଥିଲା । ସ୍ଥାନୀୟ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ  ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୌଡି ଆସି ଗାଡିରେ ଥିବା ୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଫଳରେ ସେମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.