ଭୟଙ୍କର ଦୁର୍ଘଟଣା : ଗଛରେ ପିଟି ହେଲା କାର, ୪ ମୃତ

Published By : Prameya-News7 Bureau | November 27, 2021 IST

ହାଇଦ୍ରାବାଦ,୨୭|୧୧:   ଭୟଙ୍କର ସଡକ ଦୁର୍ଘଟଣା । ୪ ମୃତ । ତେଲେଙ୍ଗାନାର ମଲାକୋଣ୍ଡରରେ ଘଟିଛି ଏପରି ଦୁର୍ଘଟଣା । ପୋଲିସ ପକ୍ଷରୁ ଶୁକ୍ରବାର ଏନେଇ ସୂଚନା ଦିଆଯାଇଛି ।

ମାନିକୋଣ୍ଡର ସର୍କଲ ଇନ୍ସପେକ୍ଟର କ୍ରିଷ୍ଣା ରେଡ୍ଡିଙ୍କ ସୂଚନା ଅନୁସାରେ, ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । କାରଟି ଦ୍ରୁତ ଗତିରେ ଆସି ଏକ ଗଛରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୪ ଜଣ ପ୍ରାଣ ହରାଇଥିଲେ । ସେହିପରି ଜଣେ ଯାତ୍ରୀ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଅଛି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.