ଶୌଚ ପାଇଁ ଯାଇଥିଲେ ମାଡିଗଲା ଟ୍ରକ୍ : ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | July 14, 2021 IST

ଧର୍ମଗଡ ୧୪/ ୭ : ଧର୍ମଗଡ ଜାତୀୟ ରାଜପଥ ୨୬ କୋକସରା ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ମାଲ ବୋଝେଇ ଟ୍ରକ ମାଡ଼ି ଯିବାରୁ ଜଣେ ମୃତ ୨ ଗୁରୁତର । ପ୍ରାତଃ ସମୟରେ ଶୌଚ ପାଇଁ ଯାଇଥିବା ଲୋକଙ୍କ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ଜଣେ ମୃତ, ମୃତକ ହେଉଛନ୍ତି କିଲି ଗାଁର ଯୁଗେ ବେମାଲ । ସେହିପରି ଅନ୍ୟ ଜଣେ ମହିଳା ରାମବତୀ ଦୀପ ।

wp:gallery {"ids":[480295],"linkTo":"none"} /wp:gallery

ଏମାନେ ଶୌଚ ପାଇଁ ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଦୁର୍ଘଟଣା ଶିକାର ହୋଇଛନ୍ତି । ଉଭୟ ଗୁରୁତର କୋକସରା ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଅଟକ ରଖିଛି । ମୃତକଙ୍କ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା ଜୟପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.