ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୦୧: ଭୟାନକ ସଡକ ଦୁର୍ଘଟଣା । ଦେଖୁ ଦେଖୁ ଚାଲିଗଲା ୫୩ଜଣଙ୍କ ଜୀବନ , ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଆହତଙ୍କ ମଧ୍ୟରୁ କିଛି ଜଣ ଗୁରୁତର ଥିବା ସୂଚନା ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ମଧ୍ୟ ଅନୁମାନ ରହିଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୩ ଟା ବେଳେ ଦୁର୍ଘଟଣା ଘଟିଛି ।

{"id":399659,"sizeSlug":"large","linkDestination":"none"}
images-bbc

ଖବର ଅନୁଯାୟୀ, ମଧ୍ୟ ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ବସ୍‌ଟି ଓଲଟିପଡିଛି । ଇନ୍ଧନ ଭର୍ତ୍ତି ଟ୍ରକଟି ଦୁର୍ଘଟଣାର ଶିକାର ହେବାରୁ, ଟ୍ରକ ଓ ବସ୍‌ରେ ନିଆଁ ଲାଗିଯାଇଥିଲା । ଯାହାଫଳରେ କି ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁ ପୋଡି ମୃତ୍ୟୁବରଣ କରିଛନ୍ତି ।

{"id":399661,"sizeSlug":"large","linkDestination":"none"}
images-bbc

ସେହିପରି ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ଲୋକେ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଉଦ୍ଧାର ପରେ ଦୁର୍ଘଟଣାରେ ମୋଟ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ କିଛି ଯାତ୍ରୀଙ୍କ ଅବସ୍ଥା ବିପଦମୁକ୍ତ ରହିଥିବା ବେଳେ କିଛି ବ୍ୟକ୍ତଙ୍କ ସଙ୍କଟାପନ୍ନ ରହିଛି । ଲଗାତର ଭାବେ ସେମାନଙ୍କ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.