ଭୋଜି ଖାଇ ଫେରିବା ବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ବାପା-ପୁଅ ମୃତ, ମାଆ-ଝିଅ ଗୁରୁତର

Published By : Prameya-News7 Bureau | May 25, 2021 IST

ବ୍ରହ୍ମପୁର,୨୫/୦୫:  ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି- ବ୍ରହ୍ମପୁର ମୁଖ୍ୟ ରାସ୍ତାର ନାରାୟଣପୁର ଗ୍ରାମ ନିକଟରେ ବାଇକକୁ ଧକ୍କା ଦେଲା ପିକଅପ୍।। ଘଟଣାସ୍ଥଳରେ ବାପା ଓ ପୁଅଙ୍କ ମୃତ୍ୟୁ । ତେବେ ମାଆ ଓ ଝିଅ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ବାବୁଲା ସାହୁ ଓ ତାଙ୍କ ୮ ବର୍ଷର ପୁଅ। ବାବୁଲା ସାହୁ, ତାଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବାଇକ ଯୋଗେ ଯାଇଥିଲେ । ବିବାହ କାର୍ଯ୍ୟରୁ ଫେରିବା ବେଳ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ୍ କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ପିକ୍ଅପ ଗାଡ଼ି ଡ଼୍ରାଇଭରକୁ ଘଟଣା ସ୍ଥଳରୁ ଉଦ୍ଧାର କରିଛି ।  ତେବେ ଉତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ଅଟକାଇବା ସହ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏବେବି ବାପା ପୁଅଙ୍କ ମୃତଦେହ ଦୁର୍ଘଟଣା ସ୍ଥଳରେ ପଡ଼ିରହିଛି । ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.