ଡାଲା ଅଟୋ-ଓମଫେଡ୍ ଗାଡି ମୁହାଁମୁହିଁ, ଚାପି ହୋଇ ରହିଛନ୍ତି ଡ୍ରାଇଭର

Published By : Prameya-News7 Bureau | June 07, 2021 IST

ଭୁବନେଶ୍ଵର, ୦୭/୦୬ :  ରାଜଧାନୀରେ ଦୁର୍ଘଟଣା । ସୋମବାର ସକାଳେ ଜାଗମରା ଛକରେ ଏକ ଡାଲା ଅଟୋ ଓ ଓମଫେଡ୍ ଗାଡି ଦୁର୍ଘଟଣା ମୁହାଁମୁହିଁ ହୋଇଛନ୍ତି । ଏଥିରେ ଡାଲା ଅଟୋ ଡ୍ରାଇଭର ଗୁରୁତର ହୋଇଛନ୍ତି ।

ସୂଚନାନୁସାରେ, ଆଜି ହେଉଛି ସୋମବାର । ଅର୍ଥାତ ୨ ଦିନ ଧରି ସଟଡାଉନ୍ ଥିବା ପରେ ଆଜି ଦିନ ୧୧ଟା ଯାଏଁ ବଜାର ଖୋଲିବ । ଏଥିପାଇଁ ରାସ୍ତା ମଧ୍ୟ ସାମାନ୍ୟ ଗହଳି ଥିଲା । ତେବେ ଜାଗମରାରୁ ଶିରିପୁର ଯାଇଥିବା ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

ଏକ ଡାଲା ଅଟୋକୁ ବୀପରିତ ଦିଗରୁ ଆସୁଥିବା ଓମଫେଡ୍ ଗାଡି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶେଷ ଖବର ସୁଦ୍ଧା ଡାଲା ଅଟୋ ଡ୍ରାଇଭର ଗାଡି ଭିତରେ ଚାପି ହୋଇରହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.