ମନ୍ଦିରରୁ ଫେରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ, ୨ ମୃତ

Published By : Prameya-News7 Bureau | November 14, 2021 IST

ବରଗଡ, ୧୪/୧୧  ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ମୃତ । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ା ଗ୍ରାମରେ ରବିବାର ଘଟିଛି ଏହି ଅଘଟଣ ।

ସୂଚନା ଅନୁସାରେ, ବରଗଡ଼ ଗଣପତି ହୋଟେଲ ନିକଟବର୍ତ୍ତୀ ନୂଆଖୁଳିରେ ରହୁଥିବା ଆୟୁଷ ଅଗ୍ରୱାଲ ଓ ନୂଆପଡାର ପ୍ରିୟାଂଶୁ ପଣ୍ଡା ଉଭୟ ଏକ ବାଇକ ଯାଗେ କେଦାରନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ସାରି ସେମାନେ ମନ୍ଦିରରୁ ଫେରୁଥିଲେ ।  ତେବେ ଫେରିବା ସମୟରେ ଭାରସାମ୍ୟ ହରାଇ ସେମାନଙ୍କ ବାଇକ୍ ଏକ ଲାଇନ ଖୁଣ୍ଟରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣାସ୍ତଳରେ ପହଁଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.