ମିନି ଟ୍ରକ ସହ ହାଇଓ୍ୱା ଧକ୍କା ପରେ ଜଳିଗଲା ୨ଟି ଗାଡି, ଜିଅନ୍ତା ପୋଡିଗଲେ ଡ୍ରାଇଭର

Published By : Prameya-News7 Bureau | December 05, 2020 IST

ଭୋପାଳ ୦୫।୧୨: ମଧ୍ୟପ୍ରଦେଶ ମହେଶ୍ୱରଙ୍କ ଦୁର୍ଘଟଣା ଘଟିଛି । ଟ୍ରକ ଓ ସିମେଣ୍ଟ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ୨ଟି ଗାଡିରେ ନିଆଁ ଲାଗିଯାଇଥିଲା । ଯାହାପରେ ୨ଟି ଯାକ ଗାଡି ହୁ ହୁ ହୋଇ ଜଳିଯାଇଥିଲା । ତେବେ ନିଆଁ ଏତେ ଭୟଙ୍କର ପରିମାଣର ଲାଗିଯାଇଥିଲା ଯେ, ହାଇଓ୍ୱା ଡ୍ରାଇଭର ଜଣଙ୍କ ଗାଡିରେ ଜିଅନ୍ତା ପୋଡିଯାଇଛନ୍ତି । ସେପଟେ ମିନି ଟ୍ରକର ଚାଳକ ଜଣଙ୍କ ସୁରକ୍ଷିତ ଭାବେ ଗାଡିରୁ ବାହାରି ଯାଇଥିଲେ । ତାଙ୍କୁ ସାମାନ୍ୟ ଆଘାତ ଲାଗିଛି । ଇନ୍ଦୋର ମେଡିକାଲକୁ ହସ୍ତାନ୍ତର କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ଏକ ମିନି ଟ୍ରକ ଓ ହାଇଓ୍ୱା ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ହାଇଓ୍ୱା-ଟ୍ରକରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବା ଦ୍ୱାରା ଉଭୟ ଗାଡି ହୁହୁ ହୋଇ ଜଳିଗଲା । ଯାହାଫଳରେ ହାଇଓ୍ୱା ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ ଆଉ ବାହାରି ପାରିନଥିଲେ । ଶେଷରେ ସେ ହାଇଓ୍ୱା ଭିତରେ ଫଶିଯାଇଥିଲେ । ଦେଖୁ ଦେଖୁ  ନିଆଁରେ ଡ୍ରାଇଭର ଜଣଙ୍କ ଜୀଅନ୍ତା ପୋଡି ପାଉଁଶ ହୋଇଯାଇଛନ୍ତି । ସେପଟେ ଟ୍ରକ ଡ୍ରାଇଭର ଜଣଙ୍କ ଗାଡ଼ିରୁ ସୁରକ୍ଷିତ ଭାବେ ବାହାରିବାରେ ସକ୍ଷମ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର ଘଟଣାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ଦୁର୍ଘଟଣାରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ଼ ଜମିଯାଇଥିଲା । ବହୁ ସମୟ ଧରି ରାସ୍ତାରେ ଭିଡ ଲାଗିରହିଥିଲା । ପୋଲିସ ପହଞ୍ଚି ପରିସ୍ଥିତି ସମ୍ଭାଳିଛି । ଯାହାପରେ ଯାତାୟତ ସ୍ୱଭାବିକ ହୋଇଛି । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଗାଡି ୨ଟିକୁ କ୍ରେନ୍‌ ସହାୟତାରେ ଜାତୀୟ ରାଜପଥରୁ ହଟାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.