ଟ୍ରକ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | October 04, 2020 IST

ବଡ଼ବିଲ ୦୪।୧୦: ଜାତୀୟ ରାଜପଥ ୫୨୦ ବାସୁଦେବପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଯୋଡା ପୋଖରୀ ଗାଁର ବୋଲି ଜଣାପଡିଛି । ତେବେ କ୍ଷତିପୂରଣର ସହ ତୁରନ୍ତ ରାସ୍ତାକୁ ନିର୍ମାଣ କରିବାକୁ ଦାବି କରାଯାଇଛି । ରାସ୍ତାରେ ଟାୟାର ଜାଳି ଅବରୋଧ ମଧ୍ୟ ହୋଇଛି ।  

{"id":338444,"sizeSlug":"large"}

ମିଳିଥିବା ଖବର ଅନୁଯାୟୀ, ଆଜି ସକାଳ ସମୟରେ ନିଜ ଘରୁ ବାଇକ ଯୋଗେ ବିଲେଇପଦା ଯାଉଥିବା ସମୟରେ ବିପରୀତ ଦିଗ ପଟୁ ଆସୁଥିବା ୧୨ଚକିଆ ଟ୍ରକ (ଓଆର ୧୧ ଜେ ୫୭୨୫) ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହି ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣାର ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚାଉଚରା କରୁଛି ।

{"id":338445,"sizeSlug":"large"}

ଦୁର୍ଘଟଣା ପରେ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଧାପାନ୍ତିରିଆ ବିପର୍ଯ୍ୟସ୍ତ ରାସ୍ତା ସାଙ୍ଗକୁ ଭାରି ଯାନ ଚଳାଚଳରେ ଅଙ୍କୁଶ ନଥିବା ଲାଗି ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ତୁରନ୍ତ ରାସ୍ତା ନିର୍ମ।ଣ ଦାବି କରି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.