ଟ୍ରକକୁ ପିଟିଲା ଆଉ ଏକ ଟ୍ରକ, ଡ୍ରାଇଭର ମୃତ

Published By : Prameya-News7 Bureau | April 10, 2021 IST

କାମାକ୍ଷାନଗର ୧୦।୦୪: ଟ୍ରକ ପଚରୁ ପିଟିଲା ଆଉ ଏକ ଟ୍ରକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳଠାରେ ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମାଧବ ପାତ୍ର ।

ଖବର ଅନୁଯାୟୀ, ମାଧବ ଆଜି ଭୋର ସମୟରେ ଯାଜପୁର ଟାଟା ମାଇନ୍ସ ରୁ ଆଇରନ ବୋଝେଇ ଟ୍ରକକୁ ନେଇ ତାଳଚେର ଅଭିମୁଖେ ଯାଉଥିଲେ। କାମାକ୍ଷାନଗର ଥାନା ବଡ଼ସୁଆଁଳ ଠାରେ କୌଣସି କାରଣରୁ ଆଗରେ ଯାଉଥିବା ଏକ ଟ୍ରକକୁ ପଛରୁ ପିଟି ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l କାମାକ୍ଷାନଗର ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.