ପାଠ ନପଢିବାରୁ ତାଲିବାନୀ ସଜା : ନିଜ ଝିଅ ଗାଲରେ ଲଗାଇଦେଲା ଗରମ ତାଓ୍ବା, ପୋଲିସ ଭୟରେ କାନଧରି ବସଉଠ୍ ହେଲା ବାପା

Published By : Prameya-News7 Bureau | January 17, 2021 IST

ଦୂର୍ଗାପୁର ୧୭/୦୧ : ମାତା-ପିତା ପିଲାମାନଙ୍କର ଶୁଭ ଚିନ୍ତକ ହୋଇଥାନ୍ତି । ଅନେକ ସମୟରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଅମାନବୀୟ ଭାବେ ଦଣ୍ଡ ଦେଉଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ସମୟରେ ଯଦି ନିଜ ଜନ୍ମ କଲା ବାପା ନିଜ ଛୁଆ ପ୍ରତି କୃର ହୋଇଯାଏ ତେବେ ଏହାକୁ କଣ କରାଯିବ । ଏଭଳି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗର ଦୂର୍ଗାପୁରରେ ।

ପାଠ ନପଢିବାରୁ ଜଣେ ବାପା ନିଜ ପିଲାମାନଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ପଶ୍ଚିମ ବର୍ଦଓ୍ବାନ ଜିଲ୍ଲା ପାଣ୍ଡେଶ୍ବରର ଖୁଟ୍ଟାଡୀହ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଯେଉଁଠାରେ ଗତ ଶନିବାର ଦିନ ଜଣେ ପିତା, ପାଠ ପଢୁନଥିବାରୁ ନିଜ ଝିଅର ଗାଲରେ ଗରମ ତାଓ୍ବା ଲଗାଇଦେଇଛନ୍ତି ।

ଏହାକୁ ନେଇ ସ୍ଥାନୀୟ ଲୋକେ କହିଛନ୍ତି, ଅନେକ ସମୟରେ ଉକ୍ତ ମା-ବାପା ନିଜ ପିଲାମାନଙ୍କୁ ଉପରେ ଏଭଳି ଅତ୍ୟାଚାର କରନ୍ତି । ପାଠ ପଢୁନଥିବାରୁ ଏଭଳି କୃରତା ଦେଖାଇବାକୁ ପଛାନ୍ତି ନାହିଁ ଏହି ଦମ୍ପତ୍ତି । ଏହା ନୂଆ କଥା ନୁହେଁ ବରଂ ଏଭଳି ଘଟଣା ଆଗରୁ ଅନେକ ଥର ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଭୁଲ ବୁଝିବା ପରେ ଅଭିଯୁକ୍ତ ପିତା ଅଶୋକ ତିଓ୍ବାରୀ ପୋଲିସ ଠାରୁ ରକ୍ଷାପାଇବା ପାଇଁ ପଡୋଶୀଙ୍କ ନିକଟରେ କାନ ଧରି ଭୁଲ ମାଗିଛନ୍ତି । ଆଗାମୀ ଦିନ​‌ରେ ଏଭଳି କିଛି କରିବେ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଅନ୍ୟପଟେ ଦ୍ବିତୀୟ ଏବଂ ତୃତୀୟ ଶ୍ରେଣୀରେ ପଢୁଥିବା ଦୁଇ ଶିଶୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତ ଶନିବାର ଏଭଳି କୃରତା ଦେଖି ପଡୋଶୀମାନେ ପୋଲିସକୁ ଖବର ଦେବା ପାଇଁ ଧମକ ଦେଇଥିଲେ । ଏହା ପରେ ଉକ୍ତ ପିତାଜଣକ କାନ ଧରି ଭୁଲମାଗିବା ସହ ଆଗାମୀ  ଦିନରେ ଏଭଳି ନକରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.