Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ରାଜଧାନୀରେ ଶାରଦୀୟ ଦୂର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି

16/09/2019 at 5:27 PM

ଭୁବନେଶ୍ୱର ୧୬।୦୯-  ଦୂର୍ଗାପୁଜାକୁ ନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି ।  କେଉଁଠି ମେଢ ତୋରଣ ପ୍ରସ୍ତୁତି ଚାଲିଥିବା ବେଳେ କେଉଁଠି ଦାଣ୍ଡିଆ  ନୃତ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ପ୍ରଥମ ଥର ପାଇଁ ପଳାଶୁଣୀରେ ହେବ ରାବଣ ପୋଡିର ଆୟୋଜନ ।

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ  ଶାରଦୀୟ ଦୂର୍ଗାପୁଜା ପାଇଁ ପାନ୍ଥ ନିବାସରେ  ସ୍ବତନ୍ତ୍ର ଭାବେ ପରିବେଷଣ ହେବ ଦାଣ୍ଡିଆ ନୃତ୍ୟ । ଅକ୍ଟୋବର ୫ ମହାସପ୍ତମୀରୁ ୭ତାରିଖ ନବମୀ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ସଂଧ୍ୟା ୬ଟା୩୦ରୁ  ରାତି ୧୦ ପର୍ଯ୍ୟନ୍ତ ଏଠାରେ ନୃତ୍ୟ ପ୍ରେମୀ ମଜା ଉଠାଇପାରିବେ । ସେହିଭଳି ପେଶାଦାର ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ ଏଥିରେ ନୃତ୍ୟୁ ପରିବେଷଣ କରିବେ । ଏଥିରେ ଟିକେଟର ବ୍ୟବସ୍ଥା ଅଛି ।   ନୃତ୍ୟଗୀତର ଆସର ସହ ଖାଦ୍ୟ ବି ପରିବେଷଣ କରାଯିବ । ଓଟିଡିସି ତରଫରୁ ଟିକଟ ବୁକିଂ ପାଇଁ ଅନଲାଇନରେ www.panthanivas.com ଓ  ଅଫଲାଇନରେ ଓଟିଡିସିର ଅଫିସ କାର୍ଯ୍ୟାଳୟରେ  ଟିକେଟ ବୁକିଙ୍ଗ ସୁବିଧା କରାଯାଇଛି । ତେବେ ଶୃଙ୍ଖଳିତ ପରିଚାଳନା ପାଇଁ ପ୍ରତ୍ୟେକ ଦିନ ଏଥିରେ ୨୦୦ ଜଣବ୍ୟକ୍ତି  ଅଂଶଗ୍ରହଣ କରିପାରିବେ ।

ଚଳିତ ବର୍ଷ ଲାଗି ପଳାଶୁଣୀ ଦୂର୍ଗାପୁଜା କମିଟି ରାବଣ ପୋଡି ଆୟୋଜନ କରିବା ପାଇଁ ଯାଉଛି । ୩୪ବର୍ଷରେ ପହଞ୍ଚିଛି ପଳାଶୁଣୀ ପୂଜା ଉତ୍ସବ । ଏହା ରାଜଧାନୀର ପ୍ରବେଶ ପଥରେ ଥିବାରୁ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରାଯାଉଛି।  କଟକର କାରୀଗର ମୂର୍ତ୍ତୀ  ତିଆରିରେ ନିମଗ୍ନ । ଆଲୋକ ସଜ୍ଜା ସହ ଶଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି ।

 ରାଜଧାନୀ ଶାରଦୀୟ ଦୂର୍ଗାପୂଜା ପାଇଁ ପ୍ରସ୍ତୁତ ହେଉଛି । ସମସ୍ତ ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି ।

   Related Posts