ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା: ହେଲେ ନାଁ ଅଛି ସାଜସଜ୍ଜା, ନାଁ ଭକ୍ତଙ୍କ ଗହଳି

Published By : Prameya-News7 Bureau | October 22, 2020 IST

ଭୁବନେଶ୍ୱର ୨୨/୧୦ : ଧରାବତରଣ କରଛନ୍ତି ଜଗତଜନନୀ ମାଆ । ମୃଣ୍ମୟୀ ପୀଠରେ ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ପବିତ୍ର ଷଷ୍ଠୀରେ ମାଆଙ୍କ  ବୋଧନ ଏବଂ ବିଲ୍ବବରଣ ନୀତି ସମ୍ପର୍ଣ୍ଣ ହୋଇଛି । ତେଣେ ଶକ୍ତୀପୀଠରେ ଆଜି ପାଳିତ ହୋଇଛି ମହାସପ୍ତମୀ । ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମା ।

{"id":349195,"sizeSlug":"large"}

ଧରା ପୃଷ୍ଠକୁ ଆଗମନ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଚଳଚଞ୍ଚଳ ପୂଜା ମଣ୍ଡପ । ନାଁ ଅଛି ସାଜସଜ୍ଜା, ନାଁ ଭକ୍ତଙ୍କ ଗହଳି । ଏହାରି ଭିତରେ ମାଙ୍କ ବିଲ୍ବବରଣ କରାଯାଇଛି । କୋଭିଡ୍ ନିୟମ ଅନୁସାରେ ମଣ୍ଡପକୁ ଆବଦ୍ଧ କରାଯାଇ ପୂଜା ଚାଲିଛି । ରାଜଧାନୀ ର ବିଭିନ୍ନ ପୂଜାମଣ୍ଡପ ଶୂନଶାନ, ମଣ୍ଡପରେ ନାହିଁ ଭକ୍ତଙ୍କ ଗହଳି । କଟକର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ସମାନ ଦୃଶ୍ୟ । କାରଣ ଯେଉଁଠି ଏବେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିବା କଥା ସେଠାରେ ଶୂନଶାନ ପରିବେଶ ।

{"id":349196,"sizeSlug":"large"}

ସେପଟେ ଶକ୍ତିପୀଠରେ ଆଜି ମାଆଙ୍କ ମହାସପ୍ତମୀ ପୂଜା ହୋଇଛି । ମହାସରସ୍ବତୀ ରୂପରେ ଦର୍ଶନ ଦେଇଛନ୍ତି ମା । ଏ ଦୃଶ୍ୟ ପୁରୀ ମାଆ ବିମଳାଙ୍କ୍ ପୀଠର । ଶ୍ରୀମନ୍ଦିର ପରିସରରେ ଥିବା ଶକ୍ତିପୀଠରେ ଷୋଡଶ ଉପଚାରରେ ପୂଜା ବିଧି ସହ ଚଣ୍ଡୀ ପାଠ, ହୋମଯଜ୍ଞ ଅନୁଷ୍ଠିତ ହୋଇଛି ।ସେହିପରି ମାଆ ବାରବାଟୀ, ଜହ୍ନିଖାଇ, ଦକ୍ଷିଣକାଳୀ, ଅଲାମଚଣ୍ଡୀଙ୍କ ପୀଠରେ ସପ୍ତମୀ ପୂଜା ହୋଇଛି । କାକଟପୁରର ମଙ୍ଗଳା, ସମ୍ବଲପୁରର ସମଲେଶ୍ବରୀ, ଯାଜପୁରର ବିରଜାଙ୍କ ପୀଠରେ ପାଳିତ ହୋଇଛି ସପ୍ତମୀ ପୂଜା । ସବୁଠି କିନ୍ତୁ କୋଭିଡ ନିୟକମୁ କଡାକଡି ପାଳନ କରାଯାଇଥିଲା ।

{"id":349197,"sizeSlug":"large"}

ଭକ୍ତ ମନରେ ବିଶ୍ବାସ ରହିଛି, ମା ଧରାବତରଣ କରିଛନ୍ତି ମାନେ ବିଶ୍ବବାସୀଙ୍କ ସବୁ ଦୁଃଖ କଷ୍ଟ ଦୂର ହେବ । ମହାମାରୀ କରୋନା ହଟିଯିବ,  ପୁଣି ଫେରି ଆସିବ ପୂର୍ବ ପରିବେଶ ।

ଧରା ପୃଷ୍ଠକୁ ଆଗମନ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଚଳଚଞ୍ଚଳ ପୂଜା ମଣ୍ଡପ । ନାଁ ଅଛି ସାଜସଜ୍ଜା, ନାଁ ଭକ୍ତଙ୍କ ଗହଳି । ଏହାରି ଭିତରେ ମାଙ୍କ ବିଲ୍ବବରଣ କରାଯାଇଛି । କୋଭିଡ୍ ନିୟମ ଅନୁସାରେ ମଣ୍ଡପକୁ ଆବଦ୍ଧ କରାଯାଇ ପୂଜା ଚାଲିଛି । ରାଜଧାନୀ ର ବିଭିନ୍ନ ପୂଜାମଣ୍ଡପ ଶୂନଶାନ, ମଣ୍ଡପରେ ନାହିଁ ଭକ୍ତଙ୍କ ଗହଳି । କଟକର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ସମାନ ଦୃଶ୍ୟ । କାରଣ ଯେଉଁଠି ଏବେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିବା କଥା ସେଠାରେ ଶୂନଶାନ ପରିବେଶ ।

{"id":349198,"sizeSlug":"large"}

ସେପଟେ ଶକ୍ତିପୀଠରେ ଆଜି ମାଆଙ୍କ ମହାସପ୍ତମୀ ପୂଜା ହୋଇଛି । ମହାସରସ୍ବତୀ ରୂପରେ ଦର୍ଶନ ଦେଇଛନ୍ତି ମା । ଏ ଦୃଶ୍ୟ ପୁରୀ ମାଆ ବିମଳାଙ୍କ୍ ପୀଠର । ଶ୍ରୀମନ୍ଦିର ପରିସରରେ ଥିବା ଶକ୍ତିପୀଠରେ ଷୋଡଶ ଉପଚାରରେ ପୂଜା ବିଧି ସହ ଚଣ୍ଡୀ ପାଠ, ହୋମଯଜ୍ଞ ଅନୁଷ୍ଠିତ ହୋଇଛି ।ସେହିପରି ମାଆ ବାରବାଟୀ, ଜହ୍ନିଖାଇ, ଦକ୍ଷିଣକାଳୀ, ଅଲାମଚଣ୍ଡୀଙ୍କ ପୀଠରେ ସପ୍ତମୀ ପୂଜା ହୋଇଛି । କାକଟପୁରର ମଙ୍ଗଳା, ସମ୍ବଲପୁରର ସମଲେଶ୍ବରୀ, ଯାଜପୁରର ବିରଜାଙ୍କ ପୀଠରେ ପାଳିତ ହୋଇଛି ସପ୍ତମୀ ପୂଜା । ସବୁଠି କିନ୍ତୁ କୋଭିଡ ନିୟକମୁ କଡାକଡି ପାଳନ କରାଯାଇଥିଲା ।

{"id":349199,"sizeSlug":"large"}

ଭକ୍ତ ମନରେ ବିଶ୍ବାସ ରହିଛି, ମା ଧରାବତରଣ କରିଛନ୍ତି ମାନେ ବିଶ୍ବବାସୀଙ୍କ ସବୁ ଦୁଃଖ କଷ୍ଟ ଦୂର ହେବ । ମହାମାରୀ କରୋନା ହଟିଯିବ,  ପୁଣି ଫେରି ଆସିବ ପୂର୍ବ ପରିବେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.