Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପେଣ୍ଡାଲ୍‌ ସାଜିବ, ଦୁର୍ଗା ପୂଜା ହେବ: ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଧାର୍ମିକ ସ୍ଥଳ ମନା

14/09/2021 at 10:45 PM

ରାଞ୍ଚି ୧୪/୦୯: ସାଜିବ ପେଣ୍ଡାଲ, ଧୁମଧାମରେ ହେବ ଦୁର୍ଗା ପୂଜା। ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ସହ ପୂଜା ପାଇଁ ଅନୁମତି ଦେଲେ ଝାଡ଼ଖଣ୍ଡ ସରକାର। ବାବା ଧାମ ସମେତ ଅନେକ ପ୍ରମୁଖ ମନ୍ଦିର ଖୋଲିବାକୁ ଥିବା ବେଳେ ପାଖାପାଖି ଅଞ୍ଚଳରେ ଥିବା ଛୋଟ ବ୍ୟବସାୟୀଙ୍କୁ ଆଶ୍ବସ୍ତି ମିଳିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସରକାରଙ୍କ ନିଷ୍ପତ୍ତି କ୍ରମେ ସମସ୍ତ ଧାର୍ମିକ ସ୍ଥଳରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ମନ୍ଦିର ଏବଂ ମସଜିଦ ସହ ସମ୍ବନ୍ଧିତ ସମସ୍ତ ବ୍ୟକ୍ତି ଅତିକମ୍‌ରେ ଟିକାର ଗୋଟିଏ ପାନ ନେଇଥିବା ଜରୁରୀ। ବାବା ଧାମ ଭଳି ଧାର୍ମିକ ସ୍ଥଳରେ ଇ ପାସ୍‌ ଜରିଆରେ କେବଳ ୧୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁବିଧା ମିଳିପାରିବ। କିନ୍ତୁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଧାର୍ମିକ ସ୍ଥଳ ମନା ହୋଇଛି।

ଏହା ବ୍ୟତୀତ କଲେଜ, ପିଜି ପାଠ୍ୟକ୍ରମ ଅଫଲାଇନ୍‌ କ୍ଲାସ ମାଧ୍ୟମରେ ଆରମ୍ଭ ହେବ। ସ୍କୁଲରେ ଷଷ୍ଠରୁ ଅଷ୍ଟମ ଯାଏ ଶ୍ରେଣୀ ଗୃହରେ ଶିକ୍ଷା ଦାନ ହେବ। ବାର ଏବଂ ରେଷ୍ଟୁରାଣ୍ଟ ରାତି ୧୧ ଯାଏ ଖୋଲା ରହିବ ବୋଲି ସରକାର ଘୋଷଣା କରିଛନ୍ତି।

-ଦୁର୍ଗା ପୂଜା ପେଣ୍ଡାଲ ସାଜିବ

– ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

– ପେଣ୍ଡାଲ​ରେ ୨୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ

– ମେଳା ଆୟୋଜନ ହୋଇପାରିବ ନାହିଁ

– ମୂର୍ତ୍ତିର ଅଧିକତମ ଉଚ୍ଚତା ୫ ଫୁଟ ରହିବ

– ଭୋଗ ବିତରଣ ହେବ ନାହିଁ

– ୧୮ ବର୍ଷରୁ କମ୍‌ ପିଲାଙ୍କୁ ପ୍ରବେଶ ମନା

   Related Posts