Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କଲିକତା ହାଇକୋର୍ଟ ବଦଳାଇଲେ ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ୬୦ ନୁହେଁ ୪୫ ଶ୍ରଦ୍ଧାଳୁ ହୋଇପାରିବେ ଏକାଠି

21/10/2020 at 2:54 PM

କଲିକତା ୨୧/୧୦: ପଶ୍ଚିମବଙ୍ଗରେ ଦୁର୍ଗା ପୂଜାର ମଜା ଉଠାଇପାରିବେ ଲୋକେ। ପୂଜା ପେଣ୍ଡାଲକୁ ୪୫ ଜଣ ଏକସଙ୍ଗରେ ପ୍ରବେଶ କରିପାରିବେ। ଏ ନେଇ ହାଇକୋର୍ଟ ଆଜି ଏ ନୂଆ ଆଦେଶ ଦେଇଛନ୍ତି। ତେବେ ପ୍ରଥମେ ୬୦ ଜଣ ପ୍ରବେଶ କରିବାର ଅନୁମତି ଥିଲା । ମାତ୍ର ପରେ ନିଷ୍ପତ୍ତି ବଦଳାଇ ୪୫ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦୁର୍ଗା ପୂଜା ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ କଟକଣା ରହିଥିଲା।

ହାଇକୋର୍ଟ କହିଛନ୍ତି ଛୋଟ ପେଣ୍ଡାଲର ପ୍ରବେଶ ଦ୍ବାରରୁ ପାଞ୍ଚ ମିଟର ଦୂରତ୍ବରେ ବ୍ୟାରିକେଡ୍ ଲଗାଇବାକୁ ହେବ। ମାତ୍ର ବଡ଼ ମଣ୍ଡପରେ ଏ ଦୂରତ୍ବ ୧୦ ମିଟର ହେବା ଦରକାର। ବିଶେଷଜ୍ଞ ଓ ଡାକ୍ତରମାନେ ଆଶଙ୍କା କରିଥିଲେ ଯେ ଏହି ଉତ୍ସବରେ ନିୟମ ନ ମାନିବା ଦ୍ବାରା ଭାଇରସ ପ୍ରକୋପ ବଢ଼ିପାରେ।

ଏହା ସହ ଯେଉଁ ଦିଶାନିର୍ଦେଶ ଜାରି କରାଯାଇଛି ତାକୁ କଡ଼ାକଡ଼ି ଭାବେ ପାଳନ କରିବା ନେଇ ହାଇକୋର୍ଟ ଆଦେଶ ଦେଇଛନ୍ତି। ଅଦାଲତ ପୋଲିସକୁ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି। ଅଦାଲତ କଲିକତା ଓ ଅନ୍ୟ ସ୍ଥାନରେ ଥିବା ପ୍ରମୁଖ ବଜାର ଓ ମଲରେ ବଡ଼ ସଂଖ୍ୟାରେ ଜନସମାବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଏବେ ସୁଦ୍ଧା ୩.୨ ଲକ୍ଷ କରୋନା ମାମଲା ସାମ୍ନାକୁ ଆସିଛି ଓ ଏଥିରେ ୬୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

   Related Posts