Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୂଜା ପ୍ରସଙ୍ଗ : ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ପୂଜାମଣ୍ଡପର ଚାଲେଞ୍ଜ

15/09/2020 at 1:34 PM

କଟକ ୧୫/୯: କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୁଜା ଲାଗି ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଥିବା ଏକାଧିକ ମାମଲାର ଆଜି ଶୁଣାଣି ହେବ । କୋଭିଡ କଟକଣା ଭିତରେ ପୂଜା କରିବା ଲାଗି ପ୍ରାୟ ସମସ୍ତ ଆଵେଦନକାରୀମାନେ ରାଜି ଥିଲେ ବି ସରକାରୀ ବିଜ୍ଞପ୍ତିରେ କେତେକ ସଂଶୋଧନ ଲାଗି ପ୍ରାର୍ଥନା କରାଯାଇଛି ।

ପରମ୍ପରା ମୁତାବକ ମୁର୍ତ୍ତି ନିର୍ମାଣ କରିବା ଏବଂ ଖୋଲା ମଣ୍ଡପରେ ପୁଜା କରିବା ସପକ୍ଷରେ ରହିଛନ୍ତି ଆବେଦନକାରୀମାନେ । ସେହିପରି ଟ୍ରାକଟର କିମ୍ବା ଚେଚିସ ସହାୟତାରେ ମୃଣ୍ମୟୀ ମୁର୍ତ୍ତିଙ୍କୁ ବିସର୍ଜନ କରିବା ପାଇଁ ମଧ୍ୟ ଦାଏର ପିଟିସନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀମାନେ ।

ମୂର୍ତ୍ତିର ଆକାର ଛୋଟ କରିବା , ପୂଜାମଣ୍ଡପ ଆଗରେ ପର୍ଦ୍ଦା ଢାଙ୍କିଵା ସହିତ ଭସାଣୀ କିମ୍ବା ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଏ ପ୍ରସଙ୍ଗରେ କଟକ ବାଲୁବଜାର ପୁଜାକମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପରେ ଆଉ ୨୨ ଟି ଅନୁଷ୍ଠାନ ଏହି ମାମଲାରେ ପକ୍ଷଭୁକ୍ତ ହେଵାଲାଗି ଆଵେଦନ କରିଛନ୍ତି।

   Related Posts