ଅନୁଗୋଳରେ ଦୁର୍ଗାପୂଜା କଟକଣା: ୪ ଫୁଟ୍ ଭିତରେ ରହିବ ମୂର୍ତ୍ତି, ୭ ଜଣଙ୍କୁ ନେଇ ହେବ ପୂଜା

Published By : Prameya-News7 Bureau | October 17, 2020 IST

ଅନୁଗୋଳ ୧୭/୧୦: କୋଭିଡ କଟକଣା ଭିତରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜାବିଧି ହେବ। ଏଥିପାଇଁ ପୂଜା ମଣ୍ଡପ ଗୁଡିକରେ ଭିଡ଼ ନ ଲଗାଇବା ପାଇଁ ନିବେଦନ କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଅନୁଗୋଳ ସହରର ପ୍ରତି ଛକରେ ପୋଲିସ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଉଛି । ସୂଚନା ଅନୁସାରେ ଅନୁଗୋଳରେ ଦଶହରା ପଡିଆ,  ହୁଲୁରିସିହା, ଅମଲାପଡା, ଶିମିଳିପଡା, ମିଶ୍ରପଡା, କଲେଜ ଛକ ଏପରି ପାଖାପାଖି ୧୨ଟି ମଣ୍ଡପରେ ପୂଜା ପାଇଥାନ୍ତି ମା ।

{"id":346253,"sizeSlug":"large"}

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପୂଜା କମିଟିଗୁଡ଼ିକୁ ମା’ଙ୍କର ମୂର୍ତ୍ତି ମାତ୍ର ୪ ଫୁଟ ଭିତରେ ରହିବ। ମା’ଙ୍କର ପୂଜାରେ ପୂଜକ ସମେତ ମାତ୍ର ୭ ଜଣ ରହିବେ। ମଣ୍ଡପରେ କୌଣସି ସାଜସଜ୍ଜା ରହିବ ନାହିଁ। ମଣ୍ଡପରେ କୌଣସି ଭକ୍ତ ଦର୍ଶନ କରିବାକୁ ବାରଣ କରାଯାଇଛି।

{"id":346254,"sizeSlug":"large"}

ଘରେ ରହି ମା’ଙ୍କୁ ପୂଜା କରିବେ ବୋଲି ନିର୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ସମସ୍ତ ପୂଜା କମିଟିର ସଦସ୍ୟ ମାନିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.