ଆଜି ପୂଜା ମଣ୍ଡପରେ ମାଆଙ୍କ ମହାସପ୍ତମୀ, ଦେବୀ ପୀଠ ଗୁଡିକରେ ମହାଷ୍ଟମୀ ପୂଜା

Published By : Prameya-News7 Bureau | October 16, 2018 IST

ଭୁବନେଶ୍ବର ୧୬|୧୦: ବିଲ୍ବ ବରଣ ସରିଛି । ଧରାପୃଷ୍ଠରେ ମାଆଙ୍କ ଆବାହନ ଚାଲିଛି । ଆରମ୍ଭ ହୋଇଯାଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ଆଜି ମଣ୍ଡପ ଗୁଡିକରେ ମାଆଙ୍କର ମହାସପ୍ତମୀ ପୂଜା ହେଉଥିବାବେଳେ ଦେବୀ ପୀଠରେ ଚାଲିଛି ମାଆଙ୍କ ଅଷ୍ଟମୀ ପୂଜା । ମାଆଙ୍କ ଆଗମନରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ । ବଡ ବଡ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ମଣ୍ଡପ । ସୁଦୃଶ୍ୟ ତୋରଣ ଲୋକଙ୍କ ମନ ମୋହୁଛି । ଚାଲିଛି ମାଆଙ୍କ ଆରାଧାନା । ସେପଟେ ନବରାତ୍ରୀରେ ବିଭିନ୍ନ ପୀଠରେ ଚାଲିଛି ମାଆଙ୍କ ଷୋଡଶପୂଜା ଉପଚାର । ରାଜ୍ୟର ପ୍ରମୁଖ ଦେବୀ ପୀଠ ମାଆ ବିରଜା, ମାଆ ମଙ୍ଗଳା, ମାଆ ଶାରଳା, ମାଆ ତାରାତାରିଣୀ, ମାଆ କଟକ ଚଣ୍ଡୀ ଓ ମାଆ ତାରିଣୀଙ୍କ ନିକଟରେ ପାରମ୍ପରିକ ରୀତନୀତିରେ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ ଦେବୀ ପୀଠ ଗୁଡ଼ିକରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.