ମହାଆଡମ୍ବରରେ ଚାଲିଛି ଜଗଜ୍ଜନନୀଙ୍କ ପୂଜାର୍ଚ୍ଚନା : କେଉଁଠି ପୂଜା ମଣ୍ଡପ ଇନ୍ଦ୍ରପୁରୀ ତ କେଉଁଠି ପଦ୍ମାବତୀ ପ୍ୟାଲେସ୍

Published By : Prameya-News7 Bureau | October 06, 2019 IST

ଭୁବନେଶ୍ବର (କିଶନ ବାରାଇ) ୬|୧୦: ଭୁବନେଶ୍ୱରରେ ଅତ୍ୟନ୍ତ ଆନନ୍ଦଉଲ୍ଲାସ ଓ ଆଡ଼ମ୍ବର ସହକାରେ ଜଗଜ୍ଜନନୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମା'ଙ୍କ ପୂଜା ରୀତିନୀତି, ମେଢ ଓ ମୃଣ୍ମୟ ପ୍ରତିମା ସହ ମଣ୍ଡପ ଗୁଡ଼ିକର ସୁନ୍ଦରତା ବି ଏତର ବେଶ୍ ଚର୍ଚ୍ଚାରେ । କେଉଁଠି ଇନ୍ଦ୍ରପୁରୀ ତ କେଉଁଠି ପଦ୍ମବତୀ ପ୍ୟାଲେସ୍ । ତେବେ କେଉଁ ପୂଜା ମଣ୍ଡପରେ ଏଥର ଆକର୍ଷଣ ଦେଖନ୍ତୁ ଏହି ରିପୋର୍ଟରେ ।

{"id":166957}

ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରୁଛି ମନଲାଖି ତୋରଣ । ରାଜଧାନୀ ପୂଜାରେ ତ ଏମିତିରେ ପ୍ରମୁଖ ଆକର୍ଷଣ ତୋରଣ ହିଁ ହୋଇଥାଏ । ଏଥର ବି ତୋରଣରେ ଚମତ୍କାର କାରିଗରୀ ସମସ୍ତଙ୍କୁ ଆକୃଷ୍ଟ କରିଛି ।

{"id":166958}

ତୋରଣ ଲଢେଇରେ ଏଥର ଆଗରେ ରହିଛି ରସୁଲଗଡ଼ ଓ ପୁରୁଣା ଷ୍ଟେସନ ବଜାର । ରସୁଲଗଡ଼ରେ ଇନ୍ଦ୍ରପୁରୀକୁ ଡିଜାଇନର ହୋଇଛି ତୋରଣ । ଏହି ତୋରଣକୁ ଯିଏ ବି ଦେଖୁଛି ପ୍ରଶଂସା ନ କରି ରହିପାରୁନି । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖଝଲସା କାରିଗରୀ ଆକର୍ଷଣୀୟ ହୋଇଛି ।

{"id":166959}

ସେହିଭଳି ପୁରୁଣା ଷ୍ଟେସନ ବଜାରରେ ଏଥର ମହାରାଷ୍ଟ୍ରର ଏଲୋରା ଗୁମ୍ଫାକୁ ତୋରଣରେ ଖଚିତ କରାଯାଇଛି । ଗୁମ୍ଫାକୁ ଏଭଳି ଅବିକଳ ପ୍ରସ୍ତୁତ କରାଯାଇଛି ଯେ ଏହା ନକଲି ବୋଲି ଆପଣ ଜାଣିବା କଷ୍ଟକର ।

{"id":166961}

ସେହିଭଳି ନୟାପଲ୍ଲୀ ମଣ୍ଡପରେ ଏଥର ଶୋଭାପାଉଛି ପଦ୍ମାବତୀ ପ୍ୟାଲେସ । ଝାରପଡ଼ାରେ ପ୍ୟାରିସର ଡିଜନି ଲ୍ୟାଣ୍ଡ ପାର୍କ ଆକୃତିର ତୋରଣ ସମସ୍ତଙ୍କ ମନ ମୋହୁଛି । ବରମୁଣ୍ଡାରେ ଗୁଜୁରାଟର ଅକ୍ଷରଧାମ ମନ୍ଦିରର ତୋରଣ ପ୍ରସ୍ତୁତ ହୋଇଛି ।

{"id":166962}

ସେହିଭଳି ବମିଖାଲରେ ଜାମ୍ମୁକାଶ୍ମୀର ପ୍ୟାଲେସ ଓ ସହିଦନଗରରେ ଲକ୍ଷ୍ନୌ ରାଜପ୍ରାସାଦ ଆଖି ଝଲସାଉଛି । ସଂଧ୍ୟା ସମୟରେ ଆଲୋକମାଳା ଭିତରେ ତୋରଣର ସୁନ୍ଦରତା ଆହୁରି ବେଶୀ ମନମୁଗ୍ଧକର ହେଉଛି । ତେବେ ତୋରଣ ସହ ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ଅଧିକାଂଶ ପୂଜାମଣ୍ଡପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.