Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମହାମାୟୀଙ୍କ ମହାନବମୀ, ବିନା ଭକ୍ତରେ କରୋନା କଟକଣା ସହ ମଣ୍ଡପରେ ଚାଲିଛି ମା’ଙ୍କ ପୂଜା

25/10/2020 at 6:02 PM

ଭୁବନେଶ୍ୱର ୨୫/୧୦ : ଆଜି ପୂଜା ମଣ୍ଡପ ଗୁଡିକରେ ମହାମାୟାଙ୍କ ମହାନବମୀ ଆଉ ଶକ୍ତି ପୀଠ ଗୁଡିକରେ ଦଶହରା। କରୋନା କଟକଣା ଭିତରେ ଚାଲିଛି ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା। ଘଣ୍ଟଘଣ୍ଟା, ମନ୍ତ୍ରପାଠରେ କମ୍ପୁଛି ପରିବେଶ। ସମସ୍ତ ରୀତିନୀତି ଅନୁଯାୟୀ ଚାଲିଛି ମାଙ୍କର ପୂଜାର୍ଚ୍ଚନା। ତେବେ  କରୋନା କଟକଣା ଯୋଗୁଁ ମନ୍ଦିର ଓ ମଣ୍ଡପ ଗୁଡିକରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କରୋନା ଦୁର୍ଗାପୂଜା ମାହୋଲକୁ ପୁରା ଫିକା କରିଦେଇଛି। ରାଜ୍ୟର କିଛି ପୂଜା କମିଟି ମାଆଙ୍କ ଦର୍ଶନ ପାଇଁ ଅନଲାଇନ ବ୍ୟବସ୍ଥା କରିଛନ୍ତି। ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା ଚାଲିଛି। ଆସନ୍ତାକାଲି ବିଜୟା ଦଶମୀ। ୨୭ ତାରିଖରେ ନିରାଡମ୍ବର ଭସାଣ ଅନୁଷ୍ଠିତ ହେବ।

ଘଣ୍ଟଘଣ୍ଟା, ମନ୍ତ୍ରପାଠରେ କମ୍ପୁଛି ପରିବେଶ। ମଣ୍ଡପ ଗୁଡିକରେ ମାଙ୍କ ନବମୀ ପୂଜା ଆଉ ଶକ୍ତିପୀଠରେ ମହାମାୟାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଛି। ଦଶହରା ପାଇଁ ପ୍ରସିଦ୍ଧ କଟକ ସହରରେ ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା ବିଧିମୂତାବକ କରାଯାଇଛି। ଫିରିଙ୍ଗି ବଜାର ପୂଜା ମଣ୍ଡପରେ ନବମୀ ଅବସରରେ ମାଙ୍କୁ ୯ ପ୍ରକାର ଭୋଗ ଲାଗି ହୋଇଛି। ଆସନ୍ତାକାଲି ବିଜୟା ଦଶମୀରେ ଭଗବତୀଙ୍କୁ ଦହିପଖାଳ ଅର୍ପଣ କରାଯିବ। ଚାନ୍ଦିନଚୌକ ପୂଜା ମଣ୍ଡପରେ ରାଜାଘର ଦେବୀ ପୂଜା ପାଇଛନ୍ତି। ଏହି ମଣ୍ଡପରେ ନବମୀ ଦିନ ମାଛ ଭୋଗ ଲାଗି ହୋଇଥାଏ। ଠିକ ସେମିତି ଅଲିଶା ବଜାର ପୂଜା ମଣ୍ଡପରେ ମଧ୍ୟ ମାଛ ଭୋଗର ପରମ୍ପରା ରହିଛି। ସେହିପରି କିଛି ପୂଜା ମଣ୍ଡପରେ ମାଙ୍କୁ ଶାଗ ଭୋଗ ଲାଗି ହୋଇଛି ତ ଆଇ କେଉଁଠି ଖେଚୁଡି ଭୋଗ ମଧ୍ୟ କରାଯାଇଛି। ନବମୀରଅବସରରେ ହରିପୁର ଦୋଳମୁଣ୍ଡାଇପୂଜା କମିଟିପକ୍ଷରୁ କୁ ମାରୀ ପୂଜା କରାଯାଇଛି। ପୂଜା କମିଟି ପକ୍ଷରୁ ଉକ୍ତ ସାହିର ନଅ ଜଣ କୁମାରୀ ଝିଅ ଙ୍କୁ ଦେବୀ ବେସ ରେ ସଜା ଯାଇ ମାଙ୍କ ପାଖରେ ପୂଜା କରାଯାଇଛି। ସେହିପରି ମା କଟକଚଣ୍ଡୀ ପୀଠରେ ଆଜି ଦଶହରା ପର୍ବ ଅନୁଷ୍ଠିତ ହୋଇଛି।

ପୁରୀର ବିଭିନ୍ନ ପୂଜା ମଣ୍ଡପରେ  ମହାନବମୀ ପୂଜା ଅନୁଷ୍ଠିତ ହୋଇଛି। ଶକ୍ତିପୀଠ ଗୁଡ଼ିକରେ ଆଜି ଦଶହରା ଥିବାରୁ ବିଶ୍ରାମ ନେଉଛନ୍ତି ମା ଦୁର୍ଗା। ତେବେ ପୁରୀର ଦୁର୍ଗାବାଡ଼ି ପୂଜା ମଣ୍ଡପରେ  ମହାନବମୀ ପୂଜା ସହ ସ୍ବତନ୍ତ୍ର ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜା ପାଇଛନ୍ତି ମାଆ। କଟକଣା ମଧ୍ୟରେ କୂଆଁରୀ ପୂଜା କରାଯାଇଛି। ଅନ୍ୟପଟେ ପୁରୀ ମାଟି ମଣ୍ଡପ ସାହି ଠାରେ ପୂଜା ପାଇଛନ୍ତି ମା ଶୂନ୍ୟ ଗୋଷାଣୀ। ମାଙ୍କ କରୁଣାରୁ ଖୁବଶୀଘ୍ର କରୋନା ମହାମାରୀ ବିଶ୍ବରୁ ଦୂର ହେବ ବୋଲି ସମସ୍ତଙ୍କ ଆଶା। ଆସନ୍ତାକାଲି ଶ୍ରୀମନ୍ଦିରରେ ଦଶହରା ପାଳନ ହେବା ସହ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ।

ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ ସହିଦନଗର, ନୟାପଲ୍ଲୀ, ରସୁଲଗଡ ,ଝାରପଡା  ଆଦି ପୂଜା ମଣ୍ଡପ ଗୁଡିକରେ କରୋନା କଟକଣା ମଧ୍ୟରେ ନବମୀ ପୂଜା ଅନୁଷ୍ଠିତ ହୋଇଛି। କରୋନା କଟକଣା ଯୋଗୁଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନଲାଇନ୍‌ରେ ଦର୍ଶନର ବ୍ୟବସ୍ଥା ହୋଇଛି। 

ଗଂଜାମ ଜିଲ୍ଲାର ବିଭିନ୍ନ ଶକ୍ତି ତଥା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ପୀଠ ଓ ମା ତାରା ତାରିଣୀ ପୀଠରେ ରିତିନୀତି ଅନୁସାରେ ମାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ସାନ ରେଡ୍ଡିକାସାହିରେ  ଏକ ଇଞ୍ଚର ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରିଛନ୍ତି  ଶ୍ରଦ୍ଧାଳୁ। ୧୮ ବର୍ଷୀୟର ଦିଲ୍ଲୀପ ମହାରଣା ଏଭଳି କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ନିର୍ମାଣ କରି ମାଆଙ୍କୁ ଆଜି ପୂଜାର୍ଚ୍ଚନା କରିଛନ୍ତି। କୋଭିଡ୍ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଦିଲ୍ଲୀପ। ଇଣ୍ଡିଆ ବୁକ୍ସ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟ ରଖିଥିବା କହିଛନ୍ତି ଦିଲ୍ଲୀପ।

ଭଦ୍ରକ ଜିଲ୍ଲା ହଲଦି ଡିହିଛକ ନିଟକରେ ମା’ ଭାରତ ମାତାଙ୍କ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ଅନୁଷ୍ଠିତ ହୋଇଛି।  ସିଂହ ଉପରେ ଉପବିଷ୍ଠ ମା ହାତରେ ତ୍ରିରଙ୍ଗା ପତାକା ଧାରଣ କରିଛନ୍ତି। ନବଦିନ ଧରି ଏଠାରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି।

ଆଜି ମଣ୍ଡପ ଗୁଡିକରେ  ମହାମାୟାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ବିଜୟା ଦଶମୀ ଓ ୨୭ ତାରିଖରେ ନିରାଡମ୍ବର ଭସାଣ ଅନୁଷ୍ଠିତ ହେବ।

   Related Posts