Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନିଆରା ବେଶରେ ମାଆଙ୍କ ଆବାହନ : ଭାରତ ମାତାଙ୍କ ମନ୍ଦିରରେ ଦୁର୍ଗାପୂଜା ପାଇଁ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ରୀତିନୀତି

25/10/2020 at 11:23 AM

ଭଦ୍ରକ,୨୫|୧୦:  ଦୁର୍ଗତ୍ତି ନାଶିନୀ ମା ଦୂର୍ଗାଙ୍କ ପୂଜା ସବୁଠାରେ ଅନୁଷ୍ଠିତ ହେଉଛି । ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ରୂପରେ ପୂଜା ପାଉଛନ୍ତି ମାଆ ଦୁର୍ଗା । ଏଠି କିନ୍ତୁ ନିଆରା ବେଶରେ ମାଆଙ୍କ ଆବାହନ କରାଯାଉଛି । ମାଆ ଭାରତ ମାତାଙ୍କୁ ଦୂର୍ଗାଙ୍କ ରୂପରେ ପୂଜା କରାଯାଉଛି । ନବ ଦିବସ ବ୍ୟାପୀ ନବରାତ୍ର ପୂଜା ସହ ଚଣ୍ଡୀ ପାଠ ହେଉଛି । କାରୋନା କଟକଣା ପାଇଁ ସିନା ଶ୍ରଦ୍ଧାଳୁ ନାହାନ୍ତି କିନ୍ତୁ ରୀତିନୀତିରେ ଚାଲିଛି ମାଙ୍କ ଆବାହନ । ଆସନ୍ତୁ ଦେଖିବା ଓଡିଶାର ଏକ ମାତ୍ର ଭଦ୍ରକ ଜିଲ୍ଲାର ମାଆ ଭାରତ ମାତାଙ୍କ ମନ୍ଦିରରେ ଦୂର୍ଗା ପୂଜା ଅବସରେ ସ୍ଵତନ୍ତ୍ର ରୀତିନୀତି ।

ଭଦ୍ରକ ଜିଲ୍ଲା ହଳଦିଡ଼ିହି ଛକ ନିକଟରେ ଥିବା ମାଆ ଭାରତ ମାତାଙ୍କ ମନ୍ଦିରରେ ଏହି ପୂଜା କରାଯାଉଛି । ଏଥର ଦୂର୍ଗା ପୂଜା ଅବସରରେ ଏଠି ମଧ୍ୟ ସ୍ଵତନ୍ତ୍ର ରୀତି ନୀତି ଅନୁସାରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଛି । ନବରାତ୍ର ପାଇଁ ନବ ଦିବସ ବ୍ୟାପୀ ପୂଜା ଆୟୋଜିତ ହେଉଛି । ପ୍ରତ୍ୟକ ଦିନ ହୋମ ଯଜ୍ଞ ମଧ୍ୟ କରାଯାଉଛି । ଚଣ୍ଡୀ ପାଠ ସହ ମାଆ ଦୂର୍ଗାଙ୍କ ପୂଜା ପଦ୍ଧତି ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଛି । ମାଆ ସିଂହ ଉପରେ ଉପବିଷ୍ଠ ଥିବା ବେଳେ ହାତରେ ତ୍ରିରଙ୍ଗା ପତାକା ମଧ୍ୟ ଧାରଣ କରିଛନ୍ତି । ଏହି ମନ୍ଦିରର ଅନ୍ୟ ପାର୍ଶ୍ଵରେ ଶ୍ରୀ ରାମ , ଜଗନ୍ନାଥଙ୍କ ସହ ୩ ଗ୍ରହଙ୍କର ପୂଜା ମଧ୍ୟ ଆୟୋଜିତ ହେଉଛି । ଏଠିକାର ପୂଜକ କୁହନ୍ତି ଯିଏ ଦୂର୍ଗା , ସେ ମଧ୍ୟ ଭାରତ ମାତା । ସେଥି ପାଇଁ ଏଠି ଦୂର୍ଗାଙ୍କ ପୂଜାରେ ସ୍ଵତନ୍ତ୍ର ଆୟୋଜନ ହେଉଛି ।

ମାଆ ଭାରତ ମାତାଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ତଦାରଖ କରିଥାଏ ଭାରତ ମାତା ବିକାଶ ସମିତି । ଏଥର କୋଭିଡ କଟକଣା ରେ ପାଳିତ ହେଉଛି ପୂଜା । ମାତ୍ର କେଇଜଣ ପୂଜକ ଓ ସମିତି ସଦସ୍ୟଙ୍କ ଉପସ୍ଥିତି ରେ ନବରାତ୍ର ପୂଜା , ଚଣ୍ଡୀ ପାଠ ଓ ଯଜ୍ଞ ଅନୁଷ୍ଠିତ ହେଉଛି । ଅନ୍ୟାନ୍ୟ ସଂସ୍କୃତିକ କାର୍ଜ୍ୟକ୍ରମକୁ ମଧ୍ୟ ବନ୍ଦ ରଖିଛି ସମିତି । ପ୍ରସାଦ ସେବନ ଠାରୁ ମାଆଙ୍କ ନିକଟ ରେ ଭୋଗ କରିବା ପାଇଁ ଅନୁମତି ମିଳି ନାହିଁ । ଶ୍ରଦ୍ଧାଳୁ ମାନେ ମଧ୍ୟ ମାଆଙ୍କ ଦର୍ଶନ କରିପାରୁନାହାନ୍ତି । ସମସ୍ତେ କବଳ ବାହାରୁ ରହି ମୁଣ୍ଡିଆ ମାରି ଫେରୁଛନ୍ତି। ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ସରକାରୀ କଟକଣାକୁ ସମ୍ମାନ ଦେଉଛନ୍ତି ।

   Related Posts