Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ନିଷ୍ପତ୍ତି ବଦଳାଇଲେ କଟକ ଜିଲ୍ଲାପାଳ, ମଣ୍ଡପରେ ଦୁର୍ଗା ପୂଜାକୁ ଗ୍ରୀନ୍ ସିଗନାଲ୍

26/08/2020 at 10:27 AM

କଟକ ୨୬।୮: କଟକରେ ଦୁର୍ଗାପୂଜାକୁ ନେଇ ବଢିଲା ଆଶା । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ବାଗତ କରିଛନ୍ତି ।

କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ ମଙ୍ଗଳବାର ଦିନ କହିଥିଲେ । ଚଳିତ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । କଟକରେ ପୂଜା କଲେ ସହରରେ ସାମାଜିକ ଦୂରତା ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଜି ପୁଣି ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ।

ସେପଟେ କଟକ ଦଶହରା ସହିତ ୫ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ଗୋଟିଏ ମହାମାରୀ କାରଣରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ । କିଛି ଏହିଭଳି ଯୁକ୍ତିକୁ ଆଧାର କରି ହାଇକୋର୍ଟରେ ଦାଏର ହୋଇଥିଲା ଜନସ୍ବାର୍ଥ ମାମଲା । ମାମଲା ଦାଏର କରିଥିଲେ କଟକ ବାଲୁବଜାର ପୁଜା କମିଟି ସଭାପତି ତଥା ଆଡଭୋକେଟ୍ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ । ଦାଏର ପିଟିସନରେ ସେ ଉଲ୍ଲେଖ କରିଥିଲେ ଯେ, କଟକ ଦଶହରା ବିଶେଷ କରି ବାଲୁବଜାର ସ୍ଥିତ ବିନୋଦବିହାରୀ ପୀଠ ସହିତ ୫ ଶହ ବର୍ଷର ପରମ୍ପରା ଯୋଡି ହୋଇ ରହିଛି । ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ହେଉଛି କଟକ ଦଶହରା । ତେଣୁ କୋଭିଡ୍ କଟକଣାର ଆଳ ଦେଖାଇ ଦଶହରାକୁ ବନ୍ଦ କରିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ସେ ଆବେଦନ କରିଥିଲେ । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯେପରି ଅନୁମତି ଦିଆଗଲା ସେହି ଆଧାରରେ କଟକ ଦଶହରା ଲାଗି ଅନୁମତି ଦେବାକୁ ଆବେଦନ କରିଥିଲେ ମାମଲାର ଆବେଦନକାରୀ ଆଡଭୋକେଟ୍ ସୂର୍ଯ୍ୟକାନ୍ତ ।

   Related Posts