Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ମେଲାଣି ନେଲେ ମା’ : ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭସାଣ ଶେଷ, କଟକ ଦେବୀଗଡାରେ ଚାଲିଛି ମୂର୍ତ୍ତି ବିସର୍ଜନ

10/10/2019 at 10:12 AM

ଭୁବନେଶ୍ବର।କଟକ ୧୦।୧୦: ମେଲାଣି ନେଇଛନ୍ତି ମା’ । କଟକ, ଭୁବନେଶ୍ବର ସମେତ ସାରା ରାଜ୍ୟରେ ମା’ଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ଭସାଣ ଶୋଭାଯାତ୍ରାରେ କମ୍ପୁଥିଲା ରାଜରାସ୍ତା । ନାଚ, ଗୀତରେ ଝୁମିଥିଲେ ଶ୍ରଦ୍ଧାଳୁ । କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର- ସବୁଠି ମା’ ବିଦାୟ ଲାଗି ହୋଇଥିଲା ଶୋଭାଯାତ୍ରା । ଭସାଣିରେ ପାରମ୍ପରିକ ନୃତ୍ୟ ଗୀତର ତାଳେତାଳେ ଝୁମିଥିଲେ ଶ୍ରଦ୍ଧାଳୁ ।

ଭସାଣି ଶୋଭାଯାତ୍ରା ପାଇଁ କମ୍ପିଥିଲା ଟ୍ବିନ୍  ସିଟି । ରାଜଧାନୀର ୪ଟି ସ୍ଥାନରେ ମେଢ ଗୁଡିକ ଏକାଠି ହେବା ପରେ ଭସାଣି ଶୋଭଯାତ୍ରା ହୋଇଥିଲା । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ୨୦ରୁ ଅଧିକ, ସହିଦନଗରରେ ୨୫ରୁ ଅଧିକ, ଉତ୍ତର ଭୁବନେଶ୍ବର କ୍ଲବ୍ ଟାଉନ ପଡିଆରେ ୨୨ଟି ମେଢ ଏବଂ ପୁରୁଣା ଭୁବନେଶ୍ବରରେ ୨୦ରୁ ଅଧିକ ମେଢ ଭସାଣିରେ ସାମିଲ ହୋଇଥିଲେ ।

ସେହିଭଳି କଟକ ସହରରେ ପାରମ୍ପରିକ ଢଙ୍ଗରେ ହୋଇଛି ଭସାଣ । ବିଭିନ୍ନ ସାହିରେ ମେଢ ସାହି ପରିକ୍ରମା ପରେ ମୁଖ୍ୟ ରାସ୍ତାକୁ ଆସି ଦେବୀଗଡା ଅଭିମୁଖେ ଧାଡି ଧାଡିହୋଇ ଯାଇଥିଲା । ନାଚ ଗୀତରେ ଦୁଲୁକିଥିଲା କଟକର ଗଳିକନ୍ଦି । ଭସାଣ ପାଇଁ ୫୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଆରପିଏଫ୍ ମୁତୟନ ଥିଲେ । ତେବେ କଟକ ଦେବୀଗଡାରେ ଏବେବି ଆଉ କିଛି ମେଢ ବିସର୍ଜନ ଚାଲିଛି ।

   Related Posts