ସାମାଜିକ ଦୂରତା ଓ ଓ୍ଵାର୍କଫ୍ରମ ହୋମ ନିୟମ ବଦଳିବା ପରେ ବଜାରରେ ବଢିଗଲା କଣ୍ଡୋମ, ରୁମ କ୍ଲିନର ଓ ଫ୍ରେସନରର ଚାହିଦା

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ ୨୦।୧୦: କରୋନା ମହାମାରୀ କାରଣରୁ ବିଶ୍ଵର ଅଧିକାଂଶ ଦେଶକୁ ଲକ୍‌ଡାଉନ୍‌ ଦେଇ ଗତି କରିବାକୁ ପଡିଛି। ଲକ୍‌ଡାଉନ୍‌ ଯୋଗୁଁ ସରକାରୀ କାର୍ଯ୍ୟାଳୟଠୁ ନେଇ ବେସରକାରୀ ଅଫିସ୍ ବନ୍ଦ ରହିଥିଲା। ଅଫିସ୍ କାର୍ଯ୍ୟ ସଞ୍ଚାଳନ ପାଇଁ ସେ ସରକାରୀ ହେଉ କି ଘରୋଇ କର୍ମଚାରୀଙ୍କୁ ଓ୍ଵାର୍କ ଫ୍ରମ ହୋମ୍‌ର ବ୍ୟବସ୍ଥା କରାଗଲା। କଟକଣା ଫଳରେ ଲୋକଙ୍କୁ ଘର କାମ ପାଇଁ ଏୟାର ଫ୍ରେସନର ଓ ସଫେଇ ଉତ୍ପାଦନ ବିକ୍ରିର ଚାହିଦା ବଢିଗଲା।

କରୋନା ଭାଇରସ୍‌ ପ୍ରତିବନ୍ଧକ କୋହଳ ପରେ କଣ୍ଡୋମ ବ୍ରାଣ୍ଡ ଡ୍ୟୁରେକ୍ସ ଚାହିଦା ବଢିଥିଲା। ମହାମାରୀ ପୂର୍ବରୁ କଣ୍ଡୋମର ବିକ୍ରି ମାନ୍ଦାବସ୍ଥା ଚାଲିଥିଲା ବୋଲି ନିର୍ମାତା କହିଛନ୍ତି। ବୈଶ୍ଵିକ ଉପଭୋକ୍ତାର ବଡ ରେକିଟ୍ ବେଙ୍କିଜର(ଆରବି) ଅନୁସାରେ ଘରେ କାମ କରୁଥିବା ଲୋକଙ୍କ ପାଇଁ ଏୟାର ଫ୍ରେସନର ଓ ସଫେଇ ତତ୍ପାଦନର ବିକ୍ରି ବଢିଛି। ଏଥିରେ ଡେଟଲ୍ ଓ ସିଲିଟ୍ ବ୍ୟାଙ୍ଗ ସହିତ ଅନେକ ବ୍ରାଣ୍ଡ ସାମିଲ।

ସାମାଜିକ ନିୟମ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କଣ୍ଡୋମ ଏବଂ ସେକ୍ସୁଆଲ  ଉତ୍ପାଦ ବିକ୍ରୟକୁ ହ୍ରାସ କରିଥିଲା। ଆରବିର ମୁଖ୍ୟ କାର୍ଯ୍ୟକାରୀ କହିଛନ୍ତି ଏପ୍ରିଲ ମାସରେ ୟୁକେରେ ଲକ୍‌ଡାଉନ୍ ସମୟରେ ଲୋକଙ୍କ ମଧ୍ୟରେ ଯୌନ ସମ୍ବନ୍ଧ କମ  ଥିଲା ଏବଂ ଇଟାଲୀରେ ଅନ୍ତରଙ୍ଗ ମୁହୂର୍ତ୍ତ ହ୍ରାସ ଘଟିଥିଲା।  ମାତ୍ର ତୃତୀୟ ତ୍ରୈମାସର ଆର୍ଥିକ ଫଳାଫଳ ଉପରେ ଆରବି କହିଛି, ବର୍ଷର ପ୍ରଥମ ଛଅ ମାସରେ ବେପାରରେ ଅନେକ ଚ୍ୟାଲେଞ୍ଜ ଆସିବା ପରେ ଏବଂ ସାମାଜିକ କଟକଣା କୋହଳ ପରେ ଯୌନ ସମ୍ବନ୍ଧିତ ସାମଗ୍ରୀର ଚାହିଦାରେ ସୁଧାର ଆସିଛି। ଏଥିରେ ଡ୍ୟୁରେକ୍ସ ମଧ୍ୟ ସାମିଲ। ଡ୍ୟୁରେକ୍ସର ରାଜସ୍ଵ ଦୁଇ ଗୁଣ ବୃଦ୍ଧି ଘଟିଛି। କମ୍ପାନୀର ପୋର୍ଟଫୋଲିଓରେ ଏୟାରଓ୍ଵିକ୍, ଭିଟ୍ ଓ ଷ୍ଟ୍ରେପସିଲ୍ସ ମଧ୍ୟ ସାମିଲ। ସେପ୍ଟେମ୍ବର  ଶେଷ ସୁଦ୍ଧା ତିନି ମାସର ମୋଟ୍ ବିକ୍ରିରେ ୬.୯ ପ୍ରତିଶତ ବୃଦ୍ଧି ଘଟିଥିଲା।

ସବୁଠୁ ଅଧିକ ଚାହିଦା ଡେଟଲ୍‌ ଓ ଲାଇସୋଲ ପରି କୀଟାଣୁନାଶକ ବ୍ରାଣ୍ଡର ଚାହିଦା ଅଧିକ ବୃଦ୍ଧି ଘଟିଛି। ଏହାର ବିକ୍ରିରେ ୧୨.୪ ପ୍ରତିଶତ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ସମ୍ବନ୍ଧିତ ଉତ୍ପାଦନର ବିକ୍ରି ୬.୯ ପ୍ରତିଶତ ରହିଛି। ୨୦୨୦ର ପ୍ରଥମ ନଅ ମାସରେ କମ୍ପାନୀର ବ୍ୟାପକ ବିକ୍ରି ପରେ ବ୍ୟବସାୟରେ ୯.୪ ପ୍ରତିଶତ ବୃଦ୍ଧି ଘଟିଛି।  କମ୍ପାନୀ ନିଜର ବିଜ୍ଞପ୍ତିରେ କହିଛି, ମହାମାରୀ ସାମାଜିକ ସ୍ଵଚ୍ଛତାର ମହତ୍ଵକୁ ବଢାଇ ଦେଇଛି। ଲୋକଙ୍କୁ ସ୍ଵଚ୍ଛ ରହିବାକୁ ପ୍ରେରିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.