ମଦରେ ପାଣି ମିଶାଇ ଚାଲିଥିଲା ଚୋରା କାରବାର, ଚଢାଉରେ ପଦାକୁ ଆସିଲା ସତ

Published By : Prameya-News7 Bureau | November 14, 2021 IST

ପାଟଣା ୧୪।୧୧: ଗୋଟିଏ ବୋତଲ ମଦରେ ପାଣି ମିଶାଇ ତିଆରି କରୁଥିଲେ ୨ ବୋତଲ ମଦ ।  ଅବକାରୀ ବିଭାଗ  ଚଢ଼ାଉ କରି ଗୋଟିଏ ସ୍ଥାନରୁ ୮୮ ଲିଟର ଏବଂ ଏକ ହୋଟେଲରୁ ୩୮ ଲିଟର ନକଲି ମଦ ଜବତ କରିଛି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ  ଉଖୁଣ୍ଡା ବିଦେଶୀ ମଦ ଦୋକାନର ମ୍ୟାନେଜର ଦିନେଶ ପ୍ରସାଦ ଓ ହୋଟେଲ ମାଲିକ ଉଚିତ କୁମାର ସାହୁ ବୋଲି ଜଣାପଡିଛି ।

{"id":543577,"sizeSlug":"full","linkDestination":"none"}

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଉଖୁଣ୍ଡା ବଜାରରେ ଏକ ଢ଼ାବାରୁ ଅବକାରୀ ବିଭାଗ ନକଲି ମଦ ଜବତ କରିବା ସହ ନକଲି ମଦ ତିଆରି କରୁଥିବା ଅଭିଯୋଗ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଖୁଣ୍ଡା ବଜାର ଉପରେ ଥିବା ବିଦେଶୀ ମଦ ଦୋକାନ ଓ ଆଖପାଖ ଅଞ୍ଚଳରେ ନକଲି ମଦ ବିକ୍ରି ନେଇ ଅଭିଯୋଗ ଆସିଥିଲା । ଏହାପରେ ସମ୍ବଲପୁର ଉତ୍ତରାଞ୍ଚଳ ଡେପୁଟି କମିଶନର ଡମ୍ବୁରୁଧର ଖଣ୍ଡା, କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଗୁଇନ୍ଦା ବିଭାଗ ଏବଂ ଝୁମ୍ପୁରା ଅବକାରୀ ଚଢ଼ାଉ କରିଥିଲେ ।  ଉଖୁଣ୍ଡା ବିଦେଶୀ ମଦ ଦୋକାନ ଦ୍ବାରା ହାତ ତିଆରି ମଦକୁ ବିଦେଶୀ ଛାପା ଲଗାଇ ବିକ୍ରି କରାଯାଉଥିବା ଜଣାପଡିଥିଲା । ଏହାପରେ ଉଭୟଙ୍କ ହୋଟେଲ ଓ ଘରେ ଚଢ଼ାଉ କରି ୮୮ ଲିଟର ବେଦେଶୀ  ନକଲି ମଦ ଏବଂ ଉଖୁଣ୍ଡା ବଜାର ଏକ ହୋଟେଲରୁ ୩୮ଲିଟର ବିଦେଶୀ ନକଲି ମଦ ଜବତ ହୋଇଛି ।  ୨ ଜଣ ଅଭିଯୁକ୍ତ ମଦ ଦୋକାନରୁ ମଦ ଆଣିବା ପରେ ପାଣି ମିଶାଇ ବିକ୍ରି କରୁଥିଲେ । ଗୋଟିଏ ବୋତଲ ମଦକୁ ଦୁଇ ବୋତଲ ମଦ ତିଆରି କରି ଲୋକଙ୍କୁ ଠକି ବିକ୍ରି କରୁଥିଲେ । ବେଆଇନ ମଦ ତିଆରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.