Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ବିକ୍ରି ହେଉଥିଲା ନକଲି ଟିଭି ! ସୋ’ରୁମ୍ ମାଲିକଙ୍କୁ ଗିରଫ କଲା ପୋଲିସ

1/06/2021 at 2:02 PM

ଭୁବନେଶ୍ୱର,୦୧/୦୫:  ନକଲି ଟିଭି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ରାଜଧାନୀ ଭୁବନେଶ୍ବରରେ ବିକ୍ରି ହେଉଥିଲା ନକଲି ଟିଭି । ଖବର ପାଇ ଚଢଉ କରିବା ସହ ସୋରୁମ୍ ମାଲିକକୁ ଗିରଫ କରିଛି ।

ସୂଚନାନୁସାରେ, ରାଜଧାନୀରେ ନକଲି ଟିଭି ରାକେଟ୍ ଦୀର୍ଘ ଦିନ ହେବ ସକ୍ରିୟ ରହିଥିଲା । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ନକଲି ଟିଭି  ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ ରୁମ୍ ମାଲିକ । ଏହି ସବୁ ଟିଭି ପଶ୍ଚିମବଙ୍ଗର କୋଲକାତାରୁ ଆସୁଥିଲା । ତେବେ ଏହି ସବୁକୁ ସୋରୁମ୍ ମାଲିକ ଅଧା ଦାମରେ ବିକ୍ରି କରୁଥିଲେ ।

ପୋଲିସ ସୋରୁମରେ ଚଢଉ କରିବା ସହ ୧୨୦ ଟିଭି ଜବତ କରିଛି । ଏହାସହ ସୋରୁମ ମାଲିକଙ୍କୁ ମଧ୍ୟ ସ୍ପେଶାଲ ସ୍କ୍ବାଡ୍ ଗିରଫ କରିଛି । ସୋରୁମ୍ ମାଲିକ ପାରାଦୀପ ପୋର୍ଟରୁ ଟିଭି ଆଣି ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକୁଥିବା ପୋଲିସ କହିଛି ।

   Related Posts