ଭଦ୍ରକ ସହରରେ ନକଲି ଜର୍ଦ୍ଦା କାରଖାନା ଠାବ
16/09/2018 at 9:35 AM

ଭଦ୍ରକ ୧୬|୯: ଭଦ୍ରକ ସହରରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କଲା ପୋଲିସ । ଆରଡି ଛକ ନିକଟସ୍ଥ ପ୍ରାଚୀ ନଗରରେ ଏକ ଭଡା ଘରେ ଚାଲିଥିଲା ଏହି ଜର୍ଦ୍ଦା କାରଖାନା । ଜର୍ଦ୍ଦା ତିଆରି ସାମଗ୍ରୀ, ପ୍ୟାକିଂ ମେସିନ୍, ରଙ୍ଗ ଆଦି ଜବତ କରିଛି ପୋଲିସ । ପୋଲିସର ଚଢ଼ାଉ ବେଳେ କାରଖାନା ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଛନ୍ତି । ପୋଲିସ ଏକ ସ୍କୁଟିକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରିଛି । ଗତ ଅଗଷ୍ଟ ମାସରେ ପୋଲିସ ପୁରୁଣା ବଜାର ଅଞ୍ଚଳରୁ ୫ଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରିଥିଲା ।