Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକ ସହରରେ ନକଲି ଜର୍ଦା କାରଖାନା ଠାବ

12/08/2018 at 4:18 AM

ଭଦ୍ରକ ୧୨/୮ : ଭଦ୍ରକ ସହରର ପୁରୁଣା ବଜାର ଥାନା ଅଂଚଳରୁ ପୋଲିସ ୩ଟି ନକଲି ଜର୍ଦା କାରଖାନା ଠାବ କରିଛି । ଏ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଶେଖ୍ ଉମିଦ୍, ଶେଖ୍ ଲାଲୁ, ଶେଖ୍ ଅଲ୍ଲୀ, ଶେଖ୍ କରିମୁଲ୍ଲା । ଚଢାଉ ବେଳେ ପୋଲିସ ସେମାନଙ୍କ ଠାରୁ ବିପୁଳ ପରିମାଣର ଜର୍ଦା, ଜର୍ଦା ଡବା, କେମିକାଲ୍ ବୋତଲ, ୩ଟି ପ୍ୟାକିଂ ଏଣ୍ଡ ସିଲିଂ ମେସିନ ଆଦି ଜବତ କରିଛି ।

   Related Posts