ଚା ପତି ବି ଭେଜାଲ: ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହ ସାମଗ୍ରୀ ଜବତ, ଜଣେ ଗିରଫ

Published By : Prameya-News7 Bureau | January 22, 2021 IST

ବ୍ରହ୍ମପୁର ୨୨।୦୧: ଭେଜାଲ ପରେ ଭେଜାଲ। ରାଜ୍ୟରେ ବଢି ଚାଲିଛି ନକଲି ସାମଗ୍ରୀର କଳାକାରବାର।  ପ୍ରଶାସନର ନାକ ତଳେ ଚାଲିଛି ବେଧଡକ କାରବାର। ରାଜ୍ୟରେ ଏବେ ସାବୁନଠୁ ନେଇ ସିମେଣ୍ଟ ପର୍ଯ୍ୟନ୍ତ ଏପରିକି ଅଧିକାଂଶ ଖାଦ୍ୟ ସାମଗ୍ରୀର ନକଲି କାରବାର ଚାଲିଛି। କଟକଠୁ ନେଇ ସମ୍ଵଲପୁର ଏବଂ ବ୍ରହ୍ମପୁର ସହରରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେବାରେ ଲାଗିଛି। ହେଲେ ଏଥିରେ ଲାଗୁନି ବ୍ରେକ। ଏହି କ୍ରମରେ ଶୁକ୍ରବାର ଭେଜାଲ ଚା ପତି ମଧ୍ୟ ସାମ୍ନାକୁ ଆସିଛି।

ବ୍ରହ୍ମପୁରର ଇଞିନିୟରିଂ କଲେଜ୍ ପଣ୍ଡା କଲୋନୀରେ ଏକ ବେଆଇନ  ଚା ପତି ବ୍ୟବସାୟୀଙ୍କ ଘର ଉପରେ ପୁଲିସ୍  ଚଢାଉ କରିଛି। ବିଭିନ୍ନ ବ୍ରାଣ୍ଡର ଚା ପତି ଷ୍ଟିକର୍ ସହ ସାମଗ୍ରୀ ଜବତ ହୋଇଛି।  ଏଥିସହ ପୁଲିସ ଜଣକୁ ଗିରଫ କରିଛି।

{"id":396769,"sizeSlug":"large","linkDestination":"none"}

ଚଢାଉରେ ପୁଲିସ ଅପ ମିଶ୍ରଣକାରୀ ଆସାମ କଡକ ଟି ୨୬୯ କେଜି, ସୂର୍ଯ୍ୟ ଗୋଲ୍ଡ ଟି ୩୯୦ କେଜି, ଡନ ଟି ୭୫ କେଜି ଜବତ କରିଛି। ପୁଲିସ ଫୁଟ୍ ସେଫ୍ଟି ଆକ୍ଟ ଏବଂ ମାନଦଣ୍ଡର ଆକ୍ଟ ଆଧାରରେ ମାମଲା ରୁଜୁ ରକିଛି। ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଇ ଏଠାରେ ନକଲି ଚା ପ୍ରସ୍ତୁତ କରାଯାଇ ବିକ୍ରି  କରାଯାଉଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ଏହାର କିଛି ଦିନ ପୂର୍ବରୁ ସମ୍ବଲପୁରରୁ ଶହ ଶହ କେଜିର ନକଲି ସର୍ଫ ଏକ୍ସେଲ ଜବତ ହୋଇଥିଲା। ଅନ୍ୟପଟେ ନକଲି ସାମଗ୍ରୀରେ କଟକ ସବୁ ସୀମା ଡେଇଁ ସାରିଛି। କଟକ ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହୋଇ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.