୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17/01/2021 at 6:53 PM

ସମ୍ବଲପୁର ୧୭/୦୧: ସମ୍ବଲପୁରରେ ନକଲି ସର୍ଫ ଜବତ ମାମଲାରେ ୨ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ। ଖେତରାଜପୁରର ବ୍ୟବସାୟୀ ନରେଶ ଅଗ୍ରଓ୍ବାଲ ଓ ବରେଇପାଲି ନୂଆପଡାର ଆଶିଷ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଉଭୟ ନକଲି ସର୍ଫ ଗୋଦାମକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଛି।
ଶନିବାର ଦିନ ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢାଉ କରିଥିଲା ପୋଲିସ । ସମ୍ବଲପୁର ଅଇଁଠାପାଲି ପୋଲିସ ବରେଇପାଲି ନୂଆପଡା ସ୍ଥିତ ନକଲି କାରଖାନା ଉପରେ ଚଢାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍ ସର୍ଫ ଜବତ କରିଥିଲା ।
ସମ୍ବଲପୁର ପୋଲିସ ନକଲି ସର୍ଫ ତିଆରି କରୁଥିବା ବ୍ୟବସାୟୀ ଆଶିଷ ଅଗ୍ରଓ୍ବାଲଙ୍କ ଠାରୁ ୨୩୯ ବ୍ୟାଗ୍ ସର୍ଫ ଜବତ କରିଛି । ଗୋଟିଏ ବ୍ୟାଗ୍ ଟେଷ୍ଟ ପରେ ନକଲି ହେବାରୁ ବାକି ସବୁ ୨୩୯ ବ୍ୟାଗକୁ ଟେଷ୍ଟ ପାଇଁ ପଠାଇଥିଲା ପୋଲିସ। ହିନ୍ଦୁସ୍ଥାନ ୟୁନିଲିଭରର ସର୍ଫ ଏକ୍ସେଲ ବ୍ରାଣ୍ଡର ପ୍ୟାକେଜିଂ କରି ସର୍ଫ ବିକ୍ରି କରାଯାଉଥିଲା।
ଜବତ ସବୁ ପ୍ୟାକେଟ୍ରୁ ସର୍ଫ ଏକ୍ସେଲର ବ୍ରାଣ୍ଡିଂ କରାଯାଇଥିବା ପୋଲିସ ଦେଖିବାକୁ ପାଇଥିଲା । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଅଇଁଠାପାଲି ଥାନା ଅଧିକାରି, ଖେତରାଜପୁର ଥାନା ଅଧିକାରୀ ଉପସ୍ଥିତ ଥିଲେ ।