ସରକାରୀ ଅନୁଦାନ ପାଇଁ ଅନ୍ଧ ମୁକ ବଧିର ବିଦ୍ୟାଳୟରେ ଭଲ ପିଲା- କମିଶନଙ୍କ ଗସ୍ତ ସମୟରେ ଧରା ପଡିଲା କେଳଙ୍କରୀ

Published By : Prameya-News7 Bureau | September 19, 2019 IST

ଭଦ୍ରକ ୧୯।୦୯- ଅନ୍ଧ ମୁକ ବଧିର ସ୍କୁଲରେ ସୁସ୍ଥ ପିଲା । ସରକାରୀ ଅନୁଦାନ ହାତେଇବା ପାଇଁ ଏମିତି ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି ବିଭିନ୍ନ ଭିନ୍ନକ୍ଷମ ସ୍କୁଲ । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷଙ୍କ ଅଚାନକ ପରିଦର୍ଶନ ବେଳେ ଖୋଲିଯାଇଛି ଗୁମର ।  ଭିନ୍ନକ୍ଷମ ସଚିବ ଭଦ୍ରକକୁ ଅଚାନକ ଗସ୍ତରେ ଯାଇ ସ୍କୁଲ ପରିଦର୍ଶନ ବେଳେ ଏମିତି ଅବ୍ୟବସ୍ଥା ଓ ଚଞ୍ଚକତାର ପ୍ରମାଣ ମିଳିଛି

ଅଚାନକ ଗସ୍ତବେଳେ ଆଜି ଖୋଲୁଛି ଗୁମର। ଏମିତି ଏକ ଅଜବ ଗୁମର ଖୋଲିଛି। ଏ ହେଉଛି ଭଦ୍ରକ ବନ୍ତ ଗଣିଜାଙ୍ଗ ଗୋପାଳପୁରର ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟ । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଆସୁଥିବା ଶୁଣି କ୍ଲାସ୍ ମ୍ୟାନେଜମେଣ୍ଟ କରାଯାଇଛି। ପାଖ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠର ସାଧାରଣ ପିଲାଙ୍କୁ ଭିନ୍ନକ୍ଷମ ଦର୍ଶାଇ ଏଠାରେ ବସାଯାଇଛି।  କିନ୍ତୁ ଏଠି ଏମାନଙ୍କୁ ମୁକ ଭାବେ ଦର୍ଶାଇ ଭିନ୍ନକ୍ଷମ ବିଦ୍ୟାଳୟରେ ଭର୍ତ୍ତି କରାଯାଇଛି । ଆଉ ଗୁମର ଖୋଲିଛି ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷଙ୍କ ଅଚାନକ ଗସ୍ତ ବେଳେ ।

ଗୁମର ଖୋଲିବା ପରେ ବିଭିନ୍ନ ବାହାନା ଦେଖାଇଛନ୍ତି ବିଦ୍ୟାଳୟ କର୍ମଚାରୀ,  ଶିକ୍ଷକ  ଓ ଶିକ୍ଷୟିତ୍ରୀ । ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କୈଫତ ମାଗିଛନ୍ତି  ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ। ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟର କର୍ତ୍ତୃପକ୍ଷ କି ବିଦ୍ୟାଳୟର ଶିକ୍ଷକ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଛନ୍ତି

ଆଗାମୀ ଦିନରେ ଚଞ୍ଚକତା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା ଉପରେ ରହିଛି ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.