ଜୟପୁରରେ ନକଲି ମସଲା ପ୍ରସ୍ତୁତି କାରଖାନା ଠାବ ; ବିପୁଳ ପରିମାଣର ମସଲା ଜବତ

Published By : Prameya-News7 Bureau | January 18, 2019 IST

ଜୟପୁର ୧୮|୧: ଜୟପୁରରେ ବିପୁଳ ପରିମାଣର ମସଲା  ଜବତ କରିଛି ଜୟପୁର ଟାଉନ ପୋଲିସ । ଏହା  ସହ ନକଲି ମସଲା ପ୍ରସ୍ତୁତ କରୁଥିବା କାରଖାନାକୁ ମଧ୍ୟ ସିଲ୍ କରିଛି । ଜୟନଗରରେ ଏହି ମସଲା କାରଖାନା ଚାଲିଥିବା ବେଳେ ବିପୁଳ ପରିମାଣର ନକଲି ମସଲା ପ୍ରସାଦରା ଓ ପେଟାରୁ ଜବତ କରାଯାଇଛି ।ଏଭେରେଷ୍ଟ ,ଏମ୍.ଡି.ଏଚ୍, ରୋଷେଇ ପରି ଜଣାଶୁଣା ନାମୀଦାମୀ ବ୍ରାଣ୍ଡର ରାପର ବି ଜବତ ହୋଇଛି । ହରିହର ପାତ୍ର ନାମକ ଜଣେ ବ୍ୟକ୍ତିକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ନାମୀ ଦାମୀ ବ୍ରାଣ୍ଡର ମସାଲାକୁ ଏମାନେପ୍ୟାକିଂ କରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଏହି ନକଲି ମସଲା ପ୍ରସ୍ତୁତିର ଚେର ବ୍ରହ୍ମପୁର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଅନୁମାନ କରୁଛି ।  ଆଜି ଏ ସମସ୍ତ ମସଲାର ମାନ ଯାଞ୍ଚ ହେବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.