ବ୍ରହ୍ମପୁର: ପୁଣି ନକଲି ସସ୍‌ ଜବତ, ଜଣେ ଗିରଫ

Published By : Prameya-News7 Bureau | January 24, 2021 IST

ବ୍ରହ୍ମପୁର୨୪/୧: ପୁଣି ନକଲି ଟମାଟୋ ଓ ଚିଲି ସସ୍‌ ୟୁନିଟ ଉପରେ ଚଢ଼ାଉ। ବ୍ରହ୍ମପୁର ଗଣେଷ ନଗର ପ୍ରଥମ ଲାଇନ୍‌ରେ ଏହି କାରବାର ଚାଲିଥିଲା। ଅତର୍କିତ ଭାବେ ପୋଲିସ ଚଢ଼ାଉ କରିଛି। ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ କରିଛି ପୋଲିସ। ଏ କାରବାରରେ ସଂପୃକ୍ତ ଜଣଙ୍କୁ ପୋଲିସ ଅଟକ ରଖିଛି। ବଡ ବଜାର ଥାନାର ଅଧିକାରୀ ଏ ସଂପର୍କରେ ସୂଚନା​‌ ଦେଇଛନ୍ତି। କେବଳ ବ୍ରହ୍ମପୁର ନୁହେଁ ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ନକଲି ଖାଦ୍ୟ ସାମଗ୍ରୀ କାରବାର ଚାଲିଥିବା ଖବର ସାମ୍ନାକୁ ଆସୁଛି। ଗତକିଛି ଦିନ ତଳେ କଟକରେ ସର୍ବାଧିକ ନକଲି ସାମଗ୍ରୀ ଜବତ କରାଯାଇଛି। ନକଲି ପନିରଠାରୁ ଆରମ୍ଭ କରି ଘିଅ ପର୍ଯ୍ୟନ୍ତ ବିଭିନ୍ନ ସାମାଗ୍ରୀ କଟକରୁ ଜବତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.