ଯାଜପୁରରେ ବି ନକଲି ସସ୍ ଓ ଆଚାର କାରଖାନା ଠାବ, ବିପୁଳ କଞ୍ଚାମାଲ ଜବତ, ମାଲିକ ଅଟକ

Published By : Prameya-News7 Bureau | January 16, 2021 IST

ଧର୍ମଶାଳା୧୬/୦୧: ଯାଜପୁରରେ ଠାବ ହେଲା ନକଲି ସସ୍ ଓ ଆଚାର । କଟକ ପରେ ନକଲିର ବିଷ ବଳୟ ଏବେ ଯାଜପୁରରେ ମଧ୍ୟ କାୟା ମେଳାଇଲାଣି । ଜିଲ୍ଲାର ଧର୍ମଶାଳା ବ୍ଲକ୍‌ ସୁନ୍ଦରିଆ ପଞ୍ଚାୟତ ଷଣ୍ଢପୁର ଗ୍ରାମରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ଚାଲିଥିବା ସସ୍‌ କାରଖାନାରେ ପୋଲିସ ଚଢଉ କରିଛି ।

ଏ ସଂପର୍କରେ ଏସ୍‌ପି ରାହୁଲ ପିଆର୍‌ ସୂଚନା ପାଇ ଚଢ଼ଉ କରିଥିଲେ । ଦିଲ୍ଲୀପ କୁମାର ଜେନାନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ଏହି କାରଖାନା ଚଲାଉଥିଲେ । ଚଢ଼ଉ ବେଳେ ଚିଲି ସସ୍‌, ଟମାଟୋ ସସ୍‌, ଆଚାର, ମୃଦୁ ପାନୀୟ ଲିଚି ଜବତ କରାଯାଇଥିବା ସୂଚନା ମିଳିଛି ।

ସସ୍‌, ଆଚାର, ମୃଦୁ ପାନୀୟ ତିଆରି ଓ ପ୍ୟାକିଂ ମେସିନ, କେମିକାଲ ସମେତ ବିପୁଳ ପରିମାଣର କଞ୍ଚାମାଲ ସାମଗ୍ରୀ ପୋଲିସ ଠାବ କରିଛି । ମାଜିଷ୍ଟ୍ରେଟ୍‌ ଭାବେ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ପହଞ୍ଚିବା ପରେ କଞ୍ଚାମାଲ ସମେତ ମେସିନ୍‌ ଜବତ ହୋଇଥିଲା। ଦୀର୍ଘ ଦିନ ହେବ ଏଠାରେ ନକଲି ସାମଗ୍ରୀ ତିଆରି କରାଯାଇ ସ୍ଥାନୀୟ ବଜାର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଥିଲା । କେହି ଏହାର ଟେର୍ ମଧ୍ୟ ପାଉନଥିଲେ । କାରଖାନା ମାଲିକ ଦିଲ୍ଲୀପଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.