Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଡୁପ୍ଲିକେଟ୍ ସଚିନ୍ ତେନ୍ଦୁଲକରଙ୍କ କ୍ରେଜ୍ ଛଡାଇ ନେଲା କରୋନା : ପୁରା ପରିବାର କୋଭିଡ ପଜିଟିଭ, ଚାଲିଗଲା ଚାକିରୀ

24/06/2020 at 4:42 PM

ନୂଆଦିଲ୍ଲୀ ୨୪/୦୬ : କରୋନା ଭାଇରସର ଭୟାବହତା ସାରା ଦୁନିଆ ଦେଖୁଛି | ମହାମାରୀ ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି | ଯେଉଁମାନେ ଭାଇରସରୁ ରକ୍ଷା ପାଇଯାଉଛନ୍ତି ତାଙ୍କୁ ଆର୍ଥିକ ଭାବେ କ୍ଷତି ପହଞ୍ଚାଉଛି | କରୋନା ଓ ଲକଡାଉନ ଯୋଗୁଁ କୋଟି କୋଟି ଲୋକ ଚାକିରୀ ହେରିଛନ୍ତି | ଅନେକ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି | ଚାକିରୀ ହରାଇଥିବା ଲୋକଙ୍କ ମଧ୍ୟରେ ଡୁପ୍ଲିକେଟ୍ ସଚିନ ତେନ୍ଦୁଲକର ମଧ୍ୟ ସାମିଲ ଅଛନ୍ତି | ଡୁପ୍ଲିକେଟ୍ ସଚିନ ତେନ୍ଦୁଲକର ବଲବୀର ଚନ୍ଦ ଖୁବ ନାଁ କମାଇଥିଲେ | କିନ୍ତୁ କରୋନା ମହାମାରୀ ତାଙ୍କୁ ଆର୍ଥିକ ସଙ୍କଟରେ ଫସାଇ ଦେଇଛି |

ମୁମ୍ବାଇରେ ରହୁଥିବା ବଲବୀର ଚନ୍ଦ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ତାଙ୍କର ପୁରା ପରିବାର କରୋନାରେ ସଂକ୍ରମିତ | କରୋନା ଯୋଗୁଁ ବଲବୀରଙ୍କ ଚାକିରୀ ଚାଲିଯାଇଛି | ବର୍ତ୍ତମାନ ସେ ମୁମ୍ବାଇ ଛାଡି ପଞ୍ଜାବର ଏକ ଗାଁରେ ରହୁଛନ୍ତି |

କରୋନା ମହାମାରୀ ପୂର୍ବରୁ ବଲବୀରଙ୍କ ଜୀବନ ସୁଖମୟ ଥିଲା | ସେ ଗୋଲୀ ବଡା ପାଓ ଫାଷ୍ଟ ଫୁଡ ଚେନର ବ୍ରାଣ୍ଡ ଆମ୍ବାସେଡର ଥିଲେ | ଏଥିରୁ ସେ ଏତେ ରୋଜଗାର କରୁଥିଲେ ଯେ ୱାକରୋଲିରେ ଏକ ଭଡା ଘର ନେଇ ରହୁଥିଲେ | କିନ୍ତୁ କରୋନା ପରେ ତାଙ୍କ ଜୀବନରେ କଳା ବାଦଲ ଛାଇଗଲା | ତାଙ୍କୁ ଚାକିରୀରୁ ବାହାର କରିଦିଆଗଲା | ତେବେ ସବୁକିଛି ଠିକ ହେଲାପରେ ତାଙ୍କୁ ପୁଣି ଚାକିରୀରେ ରଖାଯିବ ବୋଲି ଆଶ୍ୱାସନା ମଧ୍ୟ ଦିଆଯାଇଛି |

   Related Posts