ଶ୍ରୀମନ୍ଦିର ଆନନ୍ଦ ବଜାରରେ ନକଲି ରେଟ୍ ଚାର୍ଟ: ହଟାଇବାକୁ ନିର୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

Published By : Prameya-News7 Bureau | September 21, 2018 IST

ପୁରୀ ୨୧/୯ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ନକଲି ରେଟ୍ ଚାର୍ଟ ଲାଗିଥିଲା ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | ଏହି ନକଲି ଚାର୍ଟକୁ ତୁରନ୍ତ ହଟାଇବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦେଶ ଦେଇଛନ୍ତି | ଅବଢ଼ାର ରେଟ୍ ଲେଖି ଶ୍ରୀମନ୍ଦିର ପ୍ରଶାସନ ନାଁ ଯୋଡ଼ି ମରାଯାଇଥିଲା ଚାର୍ଟ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି | ସୂଚନାଯୋଗ୍ୟ ଯେ, ଆନନ୍ଦ ବଜାରରେ ଅବଢ଼ାର ରେତ ଚାର୍ଟ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ନିର୍ଦେଶ ଜାରି କରିଥିଲା | ଏହା ସତ୍ୱେ ଆନନ୍ଦ ବଜାରରେ ଅବଢ଼ା ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା | ଏପରିକି ଯେଉଁ ଚାର୍ଟ ଲଗାଯାଇଛି ତାହା ମଧ୍ୟ ଅଧିକ ଦର ବୋଲି ଶ୍ରଦ୍ଧାଳୁ ମାନେ ଅଭିଯୋଗ କରି ଆସୁଥିଲେ | ଫଳରେ ମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଦର ଓ ଚାର୍ଟରେ ଥିବା ଦର ସହ ତାଳମେଳ କରି ଦେଖିବା ପରେ ଚାର୍ଟ ନକଲି ଥିଲା ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.