Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ସମ୍ବଲପୁର ଜିଲ୍ଲାରେ ନକଲି ବିହନ ପରେ ଏବେ ନକଲି କୀଟନାଶକ, ଜାଣନ୍ତୁ କ’ଣ ହେଉଛି ସ୍ଥିତି

8/11/2019 at 4:37 PM

ସମ୍ବଲପୁର ୮।୧୧: ନକଲି ବିହନ ପରେ ଏବେ ନକଲି କୀଟନାଶକ । ଦୁଇବର୍ଷ ହେଲା ସମ୍ବଲପୁର ଜିଲ୍ଲାର ୯ ଟିବ୍ଲକ୍‌ରେ ଚକଡାପୋକ ଲାଗି ବ୍ୟାପକ ଧାନ ଫସଲ ନଷ୍ଟ ହେବାପରେ ଏବେ ଅଷ୍ଟପଦୀ କୀଟ ଚାଷୀକୁ ସର୍ବସ୍ବାନ୍ତ କରିବାରେ ଲାଗିଛି । କୀଟନାଶନକ ପ୍ରୟୋଗ ପରେ ବି କୌଣସି ଫଳ ମିଳୁନି । ଫଳରେ କୀଟନାଶକ ନକଲି ବୋଲି ଜିଲ୍ଲା କୃଷି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ଚାଷୀ । ଜିଲ୍ଲା କୃଷି ବିଭାଗ କହିଛି ନକଲି କୀଟନାଶକ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ।

ଚାରିଆଡୁ ବିପଦରେ ଚାଷୀ । ପ୍ରଥମେ ନକଲି ବିହନ, ଯାହା ଗଜା ହେଲାନି । ଏବେ ନକଲି କୀଟନାଶକ, ଯେଉଁଥିରେ ରୋଗ ପୋକ ମରୁନାହାନ୍ତି । ନକଲି କୀଟନାଶକ ବିକ୍ରି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଜିଲ୍ଲା ଚାଷୀ । ଏ ଅଭିଯୋଗ ଏତିକି ବେଳେ ଆସିଛି ଯେତେବେଳେ ଜିଲ୍ଲାର ୪ଟି ବ୍ଲକ୍‌ର ପ୍ରାୟ ୫ଶହ ହେକ୍ଟରରୁ ଅଧିକ ଧାନ ଜମିରେ ଅଷ୍ଟପଦୀ କୀଟ ଲାଗି ନଷ୍ଟ କରିଦେଲେଣି । କୀଟନାଶକ ସିଞ୍ଚନ କଲେବି ପୋକ ମରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଧମା, ଧନକଉଡା, ଜମନକିରା, ଯୁଯୁମରା, ରେଙ୍ଗାଲି ଅଞ୍ଚଳରେ ନକଲି କୀଟନାଶକ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।

ଏ ସଂପର୍କରେ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଜିଲ୍ଲା କୃଷି ଅଧିକାରୀ କିନ୍ତୁ ନକଲି କୀଟନାଶକ ବିକ୍ରି କଥାକୁ ସ୍ବୀକାର କରିଛନ୍ତି । ୩୪ଟି ହୋଲ୍‌ସେଲ୍‌ ଓ ରିଟେଲ୍‌ କୀଟନାଶକ ଦୋକାନରେ ଚଢାଉ କରି ୧୪ଟି ନମୂନା ସଂଗ୍ରହ କରାଯାଇ, ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍କ୍ବାର୍ଡ ଗଠନ କରି ନକଲି କୀଟନାଶକ ଜବତ ସହ, ସଂପୃକ୍ତ ଡିଲର୍‌ ଓ ବିକ୍ରେତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି କୃଷି ଅଧିକାରୀ କହିଛନ୍ତି । 

କିଷାନ୍‌ କଲ୍‌ ସେଣ୍ଟରକୁ ଫୋନ୍‌ କରି ସମସ୍ୟା ସଂପର୍କରେ ଜଣାଇଲେ ବି କୌଣସି ଲାଭ ମିଳୁନି । ପ୍ରଶ୍ନ ଉଠୁଛି, ଅମଳ ସମୟରେ ଧାନରେ ରୋଗପୋକ ଚାଷୀଙ୍କୁ ସର୍ବସ୍ବାନ୍ତ କରିବାକୁ ବସିଥିବା ବେଳେ ସରକାର କି ନିଷ୍ପତ୍ତି ନେଉଛନ୍ତି । 

   Related Posts