ଭୁବନେଶ୍ବର ଏମସରେ ଚାକିରି ଦେବା ନାଁରେ ଠକେଇ : ନକଲି ନର୍ସ ଗିରଫ

Published By : Prameya-News7 Bureau | July 21, 2019 IST

ଭୁବନେଶ୍ବର ୨୧/୭: ଭୁବନେଶ୍ବରଏମସରେ ଚାକିରି କରାଇଦେବା ବାହାନାରେ ୩ ଜଣଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଥିବା ଅଭିଯୋଗରେ ନକଲି ନର୍ସ ଗିରଫ । ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଦାରିଙ୍ଗିବାଡିର କବିତା ଅଧିକାରୀ । ନିଜକୁ ଭୁବନେଶ୍ବର ଏମସ ନର୍ସ ବୋଲି ପରିଚୟ ଦେଇ ସେ ଏହି ଠକାମି କରିଥିବା ଜଣାପଡ଼ିଛି। ପୂର୍ବରୁ ୨୦୧୬ ମସିହାରେ କବିତାକୁ କଟକ ଚାଉଳିଆଗଞ୍ଜ ପୁଲିସ ଠକେଇ ମାମଲାରେ ଗିରଫ କରିଥିଲା ।

କବିତା ନିଜକୁ ଏମସ ଷ୍ଟାଫ ନର୍ସ ପରିଚୟ ଦେଇ ଖଣ୍ଡଗିରିବାରିରେ ଭଡ଼ାଘରେ ରହୁଥିଲା। ଘର ମାଲିକାଣୀ ଶାନ୍ତି ସାହୁ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ଅସୁବିଧାରେ ଚଳୁଥିଲେ । ଏହି ମଉକାରେ କବିତା ତାଙ୍କୁ ଏମସରେ ଚାକିରି କରାଇ ଦେବାକୁ କହି ତାଙ୍କଠାରୁ ୫୦ ହଜାର ଟଙ୍କା ଠକି ନେଇଥିଲା । ପରେ ଶାନ୍ତିଙ୍କ ସମ୍ପର୍କୀୟ କୃଷ୍ଣଚନ୍ଦ୍ର ସାହୁ ଓ ଦୀନବନ୍ଧୁ ସାହୁ ମଧ୍ୟ କବିତାଙ୍କ ଫାଶରେ ଫସି ଯାଇଥିଲେ। କୃଷ୍ଣ ଡାଟା ଏଣ୍ଟ୍ରି ଅପରେଟର ଓ ଦୀନବନ୍ଧୁ ସୁପରଭାଇଜର ଭାବେ ଚାକିରି ପାଇବେ ବୋଲି କବିତାକୁ ପର୍ଯ୍ୟାୟକ୍ରମେ ସାଢ଼େ ୪ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର କିଛି ଦିନ ବିତିବା ପରେ ଚାକିରିର ନାଁ ଗନ୍ଧ ମିଳିନଥିଲା। ତେଣୁ ବାଧ୍ୟ ହୋଇ ସେମାନେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି କବିତାକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.