Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଯାଜପୁରରେ ନକଲି ନୋଟ୍ ରାକେଟ: ୪ଲକ୍ଷ ୭୭ହଜାରର ଜାଲି ନୋଟ୍ , ୬ ଗିରଫ

12/02/2020 at 9:32 PM

ଯାଜପୁର ୧୨|୦୨: ଯାଜପୁର ରୋଡ ପୋଲିସ ଦ୍ବାରା ଏକ ନକଲି ନୋଟ କାରବାର ରାକେଟ ଠାବ ହୋଇଛି । ଚଢାଉ କରି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଲର ପ୍ରିଣ୍ଟର, ୨ଟି ବାଇକ, ୩ଟି ମୋବାଇଲ ଫୋନ ସହିତ ୪ଲକ୍ଷ ୭୭ହଜାର ଟଙ୍କା ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଯାଜପୁର ରୋଡ୍ ପୋଲିସ୍ ଦ୍ବାରା ଏକ ନକଲି ନୋଟ୍ ଚୋରା କାରବାର ରାକେଟ୍ ଠାବ କରାଯାଇଛି। ବେଶ କିଛି ହେଲେ ଯାଜପୁର ଜିଲ୍ଲାରେ ଜାଲ୍ ନୋଟ ରାକେଟ୍ ସକ୍ରିୟ ହେବାରେ ଲାଗିଥିଲା। ପୋଲିସ ଜାଲ ନୋଟ୍ ଛପା ହେଉଥିବା ଏକ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ନୋଟ ଜବତ କରିଛି। ୪ଲକ୍ଷ ୭୭ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ଏହାସହ ନୋଟ ଚଫାରେ ବ୍ୟବହୃତ କଲର ପ୍ରିଣ୍ଟର, ୨ଟି ବାଇକ, ୩ଟି ମୋବାଇଲ ଫୋନ ସହିତ ଜବତସହ୬ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି ପୋଲିସ ।  ଜବତ ହୋଇଥିବା ଟଙ୍କା ମଧ୍ୟରୁ ୧୦୦ଟଙ୍କିଆରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଚନ୍ଦନ ବଳ, ବିପିନ ସେଠୀ, ମନୋଜ ଦାସ, ତପନ ଜେନା, ମାୟାଧର ପାତ୍ର ଓ ଅଜୟ ସାହୁ । ଏନେଇ ଯାଜପୁର ଏସପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି।

   Related Posts