ନକଲି ମୋବିଲ କାରଖାନା ଠାବ : ବିପୁଳ ପରିମାଣର ନକଲି ମୋବିଲ ଜବତ, ୪ ଗିରଫ

Published By : Prameya-News7 Bureau | September 30, 2020 IST

ଭୁବନେଶ୍ବର ୩୦।୯: ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ନକଲି ମୋବିଲ କାରଖାନା ଠାବ କରିଛି କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ ଟିମ୍ । ପୋଡା ମୋବିଲକୁ କିରୋସିନିରେ ମିଶାଇ ଏଠାରେ ବିଭିନ୍ନ ବ୍ରାଣ୍ଡର ମୋବିଲ ତିଆରି କରାଯାଉଥିଲା ।

{"id":336379,"sizeSlug":"large"}

ଚଢାଉ ବେଳେ ୧୩ହଜାର ଲିଟର ମୋବିଲ, ୧୬ ହଜାର ଲିଟର ପୋଡା ମୋବିଲ ଜବତ କରିଛି କ୍ବିକ୍ ଆକ୍ସନ ଟିମ୍ । ଏହାସହ ମୋବିଲ ତିଆରି କରୁଥିବା କଣ୍ଟେନର ମେସିନ ଓ ଡବା ମଧ୍ୟ ଜବତ କରିଛି । ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.