କଳାହାଣ୍ଡି ଲାଞ୍ଜିଗଡରେ ନକଲି ମାଓବାଦୀ ଗିରଫ ; ସହଯୋଗୀ ଫେରାର

Published By : Prameya-News7 Bureau | November 07, 2018 IST

କଳାହାଣ୍ଡି ୭|୧୧:   ନକଲି ମାଓବାଦୀ ଗିରଫ, ସହଯୋଗୀ ଫେରାର । ଲାଞ୍ଜିଗଡ ବ୍ଲକ ରେ ମାଓବାଦୀ ନାଁ ରେ ଠିକାଦାର, ଅଫିସର, ନେତା, ଯନ୍ତ୍ରୀଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ । ଗିରଫ ଯୁବକ ରାୟଗଡା ଜିଲ୍ଲା ଶେଷଖାଲ ଇରୁକୁବାଡି ଗାଁର ଗୋପାଲ ମାଣ୍ଡିଆ ସାହୁ । ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷଙ୍କୁ ମାଓବାଦୀ ସଂଗଠନ କୁ ଚାନ୍ଦା ନ ଦଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଫୋନରେ ଧମକ ଦେଇଆସୁଥିଲେ । ତାଙ୍କ ଏତଲା ଆଧାର ରେ ବିଶ୍ବନାଥପୁର ପୋଲିସ ମୋବାଇଲ ଟ୍ରାକିଂ କରି ମାଣ୍ଡିଆଙ୍କୁ ଗିରଫ କରିଛି । ଏହି ମାମଲାରେ  ଲାଞ୍ଜିଗଡ଼ର ନକୁଳ ତିହାଡି ଫେରାର ଅଛି । ମାଓବାଦୀ ନାଁରେ ଏମାନେ ଅନେକ ଠିକାଦାର ଓ ଅଫିସରଙ୍କଠାରୁ ଟଙ୍କା ଆଦାୟ କରିଥିବା ଗିରଫ ଗୋପାଲ ସ୍ବୀକାର କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.