ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା

Published By : Prameya-News7 Bureau | September 23, 2021 IST

ଝାରସୁଗୁଡା ୨୩।୯: ନକଲି ମାଓବାଦୀ ଗିରଫ । ନିଜକୁ ମାଓବାଦୀ ପଶ୍ଚିମ ଓଡିଶାର ମୁଖ୍ୟ ଦର୍ଶାଇ ହିନ୍ଦୀରେ ଲେଖା ଚିଠି ପଠାଇବା ସହ ମୋବାଇଲରେ ମେସେଜ କରି ଟଙ୍କା ମାଗୁଥିଲା । ବେଦାନ୍ତ କମ୍ପାନୀରେ ଥିବା ଠିକା ସଂସ୍ଥା ସିମେନ୍ସ କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ଟଙ୍କା ଦେବାକୁ ଧମକ ଦେଇଥିଲା । ଟଙ୍କା ନଦେଲେ ବେକ କାଟି ଦିଆଯିବ ବୋଲି ଧମକ ଦେଇଥିଲା। ଅଭିଯୋଗ ପାଇ ବଡମାଲ ପୋଲିସ ନକଲି ମାଓବାଦୀ ଯୁଧିଷ୍ଠିର ପ୍ରଧାନକୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ଆପତ୍ତିଜନକ ତଥ୍ୟ ସହ ମୋବାଇଲ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.