Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ନକଲି ବିଦେଶୀ ମଦ କାରଖାନା ଠାବ : ବିପୁଳ ପରିମାଣର ମଦ ସହ ଡିଜେଲ ଜବତ, ଖସିଗଲେ ଅଭିଯୁକ୍ତ

23/01/2021 at 5:37 PM

ଜୟପୁର ୨୩।୧: କୋରାପୁଟ ଜିଲ୍ଲା କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଏହା ସହ ମଦ ପ୍ରସ୍ତୁତି ପାଇଁ ଥିବା ବିଭିନ୍ନ ସାମଗ୍ରୀ ସହ ମଦ ବୋତଲ, ହୋଲୋଗ୍ରାମ, ଠିପି ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଏଠାରେ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲେ ବି ଅଭିଯୁକ୍ତମାନେ କିନ୍ତୁ ଖସି ଯାଇଛନ୍ତି ।

କୋଟପାଡ ଓ ଏହାର ଆଖପାଖ ଅଂଚଳରେ ଦୀର୍ଘ ଦିନ ହେବ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଚଢାଉ ସମୟରେ ଏଠାରେ ଡିଜେଲ ମଧ୍ୟ ଅପମିଶ୍ରିତ କରି ବିକ୍ରି କରାଯାଉଥିଲା । ଖବର ପାଇ ଯୋଗାଣ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୨୪୫ ଲିଟର ଅପମିଶ୍ରିତ ଡିଜେଲ ଜବତ କରିଛନ୍ତି ।

   Related Posts