Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ

20/01/2021 at 3:13 PM

ଝାରସୁଗୁଡା ୨୦।୧: ବ୍ରଜରାଜନଗର ଅଞ୍ଚଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଛି । ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ଏହି ମଦ ଜବତ ହୋଇଛି । ସଂପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ତିଳେଇମାଲ ଗାଁରେ ବୁଧବାର ସକାଳୁ ମୀନ ବେହେରାଙ୍କ ଘରେ ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ସମୟରେ ସମୟରେ ୪୬୮ ବୋତଲ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ବିଦେଶୀ ମଦ ଜବତ କରାଯାଇଛି । ଚଢ଼ାଉ ସମୟରେ ଘରର କେହି ପୁରୁଷ ସଦସ୍ୟ ନଥିବାରୁ ଜଣେ ମହିଳାଙ୍କ ସଂପୃକ୍ତ ଥିବା ଜାଣି ଅବକାରୀ ବିଭାଗ ପକ୍ଷରୁ ମହିଳାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ମଦ ଜବତ ସହ ମଦ ପ୍ୟାକେଜିଂ ପାଇଁ ବ୍ୟବହୃତ ବୋତଲ, ବ୍ରାଣ୍ଡେଡ ଠିପି, ନକଲି ଲେବୁଲ, ଝାଡଖଣ୍ଡ ସରକାରଙ୍କ ଲେବୁଲ ଜବତ କରାଯାଇଛି ।

ଝାଡଖଣ୍ଡରେ ପ୍ରସ୍ତୁତ ମଦକୁ ଆଣି କିଛି ବ୍ୟକ୍ତି ନକଲି ଲେବୁଲ ଓ ବୋତଲରେ ଭର୍ତ୍ତି କରି ଝାରସୁଗୁଡା ଜିଲ୍ଲା ଓ ସୁନ୍ଦରଗଡ ଜିଲ୍ଲାରେ ଏହି ମଦକୁ ବିକ୍ରି କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି ।

   Related Posts