Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢାଉ, ବିପୁଳ ପରିମାଣର ମଦ ଜବତ

23/10/2021 at 4:48 PM

ବ୍ରହ୍ମପୁର ୨୩।୧୦: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ପକ୍ଷରୁ ଚଢାଉ। ରାୟଗଡା ଜିଲ୍ଲା ଅନ୍ତରଝୋଲି ଅଂଚଳର ଏକ ଘଞ୍ଚ ଜଙ୍ଗଲରୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ୧୩୦ ପେଟି ବିଦେଶୀ ମଦ ଜବତ କରିଛି । ତେବେ ଉକ୍ତ ବିଦେଶୀ ମଦ ନକଲି ନା ଅସଲି ସେ ନେଇ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ଅସଲି ବିଦେଶୀ ମଦକୁ ଟ୍ୟାକ୍ସ ନଦେଇ ଜଙ୍ଗଲ ମଧ୍ୟରେ ଲୁଚାଇ କିଛି ବ୍ୟବସାୟୀ ଏହି ବ୍ୟବସାୟ ଚଳାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ଆରମ୍ଭ ପରେ  ଚଢ଼ାଉ କରାଯାଇଥିଲା। ଜଙ୍ଗଲର ଏକ ଭଙ୍ଗା ଘରୁ ଏହି ମଦ ଜବତ ହୋଇଛି । ସ୍ଥାନୀୟ କିଛି ମଦ ବ୍ୟବସାୟୀଙ୍କ ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରିଛି ଅବକାରୀ ଗୁଇନ୍ଦା ବିଭାଗ । ବ୍ୟବସାୟୀଙ୍କୁ ଗିରଫ କରାଯାଇନଥିବା ବେଳେ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ବ୍ରହ୍ମପୁର  ଅବକାରୀ ଗୁପ୍ତ ବାର୍ତ୍ତା ପ୍ରବର୍ତ୍ତନ ସଂସ୍ଥା ନୀରିକ୍ଷକ  ହୃଦୟ ଚନ୍ଦ୍ର ସାମନ୍ତ ।

   Related Posts